ଏଇ ଭାରତରେ

କଶ୍ମୀରର ମୁସଲମାନ ଝିଅ ଇଫରା ଓ ହରିୟାଣାର ହିନ୍ଦୁ ମହିଳା ଗୀତା ପରସ୍ପର ପରିବାରର ସଦସ୍ୟଙ୍କୁ କିଡ୍‌ନୀ ଦାନ କରି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ପୁଲ୍‌ଓ୍ବାମା ନିବାସୀ ଜୁବେଦା ବାନୋଙ୍କ ଭଳି ହରିୟାଣା ପଞ୍ଚକୁଲାର ଯମୁନାନଗରରେ ବାସ କରୁଥିବା ଅଜୟ ମଧ୍ୟ କିଡ୍‌ନୀ ରୋଗରେ ପୀଡିତ ଥିଲେ । ଉଭୟଙ୍କର ଦୁଇଟିଯାକ କିଡ୍‌ନୀ ବି ନଷ୍ଟ ହୋଇଯାଇଥିଲା। ସେମାନେ ପଞ୍ଚକୁଲାର ଅଲ୍‌କେମିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ବଞ୍ଚିବାର ଆଶା ବି କ୍ଷୀଣ ହୋଇ ଆସୁଥିଲା। ଯମୁନାନଗର ନିବାସୀ ୩୩ ବର୍ଷୀୟ ଅଜୟଙ୍କୁ ତାଙ୍କ ସ୍ତ୍ରୀ ଗୀତା କିଡ୍‌ନୀ ଦେବା ଲାଗି ଚାହିଁଥିତ୍ଲେ ମଧ୍ୟ ବ୍ଲଡ୍‌ ଗ୍ରୁପ ଭିନ୍ନ ହେବାରୁ ତାହା ସମ୍ଭବ ହୋଇ ନ ଥିଲା । ଜୁବେଦାଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କ ସ୍ବାମୀ କିଡ୍‌ନୀ ଦେବାକୁ ଚାହିଁି ଥିଲେ କିନ୍ତୁ ତାହା ଫିଟ୍‌ ହୋଇ ନ ଥିଲା। ଏହାପରେ ଜୁବେଦାଙ୍କ ଝିଅ ଇଫରା କିଡ୍‌ନୀ ଦେବା ଲାଗି ପ୍ରସ୍ତୁତ ହୋଇଥିଲେ ମଧ୍ୟ ବ୍ଲଡ୍‌ଗ୍ରୁପ୍‌ ତାଙ୍କ ମା’ଙ୍କ ସହ ମିଶି ନ ଥିଲା। ଅନ୍ୟ ପକ୍ଷରେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଜୁବେଦାଙ୍କୁ ମାନବ ଅଙ୍ଗ ପ୍ରତିରୋପଣ ନିୟମ ଅନୁଯାୟୀ ସବୁ ଓପଚାରିକତା ବହୁ କଷ୍ଟରେ ପୂରଣ କରିଥିଲେ । ପରେ ଗୀତାଙ୍କ କିଡ୍‌ନୀ ଜୁବେଦା ଓ ଇଫରାଙ୍କ କିଡନୀ ଅଜୟଙ୍କ ସହ ମେଳ ଖାଉଥିବା ଜଣାପଡିଥିତ୍ଲା । ଏହାପରେ ସେହି ହସ୍ପିଟାଲରେ ଗୀତାଙ୍କ କିଡ୍‌ନୀ ଜୁବେଦା ଓ ଇଫରାଙ୍କ କିଡ୍‌ନୀ ଅଜୟଙ୍କଠାରେ ପ୍ରତିରୋପଣ କରାଯାଇଛି ବୋଲି କହନ୍ତି ହସ୍ପିଟାଲର ସର୍ଜନ ନୀରଜ ଗୋୟଲ। ସାମ୍ପ୍ରତିକ ସମୟରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲାଗୁଥିବାବେଳେ ଇଫରା ଓ ଗୀତାଙ୍କ କିଡ୍‌ନୀ ଦାନ କିଛି ଶିକ୍ଷା ଗ୍ରହଣ କରିବାକୁ ବାଟ ଦେଖାଇଛି।