ଏଇ ଭାରତରେ

ଜଣେ ମହିଳା ୨୨ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ପ୍ରେମା ଗୋପାଳନ। ସେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଆଦି ରାଜ୍ୟରେ ପାଖାପାଖି ୨୦୦୦ ଗାଁରେ ୫ ଲକ୍ଷ ମହିଳାଙ୍କୁ ଆମତ୍ନିର୍ଭରଶୀଳ କରିପାରିଛନ୍ତି। ୧୯୯୨ରେ ପ୍ରଥମେ ସେ ସ୍ବୟଂ ଶିକ୍ଷା ପ୍ରୟୋଗ (ଏସ୍‌ଏସ୍‌ପି) ଗଠନ କରି ସେବେଠାରୁ କାର୍ଯ୍ୟ କରୁଛନ୍ତି। ସୋସିଆଲ ଓ୍ବାର୍କରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରେମା ୧୯୯୩ରେ ଗାଁ ମହିଳାମାନେ କିପରି ଶିକ୍ଷା ପାଇବେ ଓ ଆମତ୍ନିର୍ଭରଶୀଳ ହୋଇପାରିବେ ସେ ଦିଗରେ ଗୁରୁତ୍ୱ ଦେଇଥିଲେ। ସେ ମହିଳାମାନଙ୍କୁ ହସ୍ତକଳା, ସିଲାଇ ଶିକ୍ଷା ଦେବା ଆରମ୍ଭ କରିଥିଲେ। ୧୯୯୮ରେ ଏସ୍‌ଏସ୍‌ପି ପଞ୍ଜୀକୃତ ହୋଇଥିତ୍ଲା। ପ୍ରଥମ ୫ ବର୍ଷ ମଧ୍ୟରେ ପ୍ରେମା ଲାଟୁର ଓ ଉସ୍‌ମାନବାଦ ଜିଲାର ୧୨୦୦ ଗାଁରୁ ୨ ଲକ୍ଷ ମହିଳାଙ୍କୁ ତାଙ୍କ କାର୍ଯ୍ୟଧାରାରେ ସାମିଲ କରିପାରିଥିଲେ। ସବୁଠୁ ବଡକଥା ହେଉଛି, ମରୁଡିପ୍ରବଣ ମରାଠାଓ୍ବାଡା ଯେଉଁଠି ମହିଳାଙ୍କୁ ଚାଷ କରିବା ମନା ସେଠାରେ ମହିଳାମାନଙ୍କୁ ଜୈବିକ କୃଷି କରାଇବାରେ ସକ୍ଷମ କରିପାରିଛନ୍ତି। ଏହାଦ୍ୱାରା ସେମାନେ କୃଷିଋଣ ମଧ୍ୟ ଶୁଝିବାରେ ସମର୍ଥ ହୋଇପାରୁଛନ୍ତି। ମହିଳାମାନଙ୍କୁ କୃଷି ସମ୍ପର୍କରେ ସବୁ ପ୍ରକାର ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ସେମାନେ ପ୍ରତ୍ୟେକେ ୧ ଏକର ଲେଖାଏ ଜମିରେ ଏହି ଚାଷ କରୁଛନ୍ତି। ଗୋଟିଏ ବର୍ଷରେ ସେମାନେ ୨୫ ପ୍ରକାର ଫସଲ କରୁଛନ୍ତି। ଏଥିରେ ଘରର ଆବଶ୍ୟକତା ପୂରଣ କରିବା ସହ ବଳକା ଫସଲ ବଜାରରେ ବିକ୍ରି କରୁଛନ୍ତି। କେବଳ ଘରକାମ, ରୋଷେଇ ଓ ପିଲାଙ୍କ ଯତ୍ନ ନେବାରେ ବନ୍ଧା ହୋଇଥିବା ଏହି ମହିଳାମାନେ ଏବେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ସାଜିଛନ୍ତି।