ଏଇ ଭାରତରେ

ଅଲ୍ଲାମା ଇକ୍‌ବାଲ୍‌ଙ୍କ ସଙ୍ଗୀତର ପ୍ରତ୍ୟେକ ପଂକ୍ତିରେ ଭରି ରହିଥିବା ରାଷ୍ଟ୍ରୀୟ ଭାବନା ସ୍ପର୍ଶ କରିଛି ଧର୍ମନଗରୀ ଅଯୋଧ୍ୟାର ଏକ ଜେଲ୍‌ରେ ବନ୍ଦୀ ଥିବା ଅଶ୍‌ରଫ ଅଲିଙ୍କୁ। ସେ ନିଜ ତୂଳୀରେ ରାମାୟଣର ଭିତ୍ତିଚିତ୍ର ଆଙ୍କି ଆଧ୍ୟାମତ୍ିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଭଗବାନ୍‌ ରାମଙ୍କ ଜୀବନ ସହ ଜଡିତ ପ୍ରସଙ୍ଗଗୁଡିକୁ ଚିତ୍ର ମାଧ୍ୟମରେ ସାକାର କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ଚିତ୍ର ଆଙ୍କିବାରେ ଅଶରଫଙ୍କୁ ତାଙ୍କ ସାଥୀ ବନ୍ଦୀମାନେ ସହଯୋଗ କରୁଛନ୍ତି। ଜେଲ୍‌ ପ୍ରଶାସନ ବନ୍ଦୀମାନଙ୍କ ମନରେ କଳାମତ୍କ ଭାବନା ବଢାଇବା ତଥା ସେମାନଙ୍କୁ ଭିତ୍ତିଚିତ୍ରରେ ପାରଙ୍ଗମ କରିବା ପାଇଁ ପ୍ରଶିକ୍ଷଣ ଦେବାର ବନ୍ଦୋବସ୍ତ କରିବା ପରେ ଅଶ୍‌ରଫ ଭଳି ଜଣେ ଚିତ୍ରକର ସାମ୍‌ନାକୁ ଆସିଛନ୍ତି। ଲୋକକଳା କ୍ଷେତ୍ରରେ ପରିଚିତ ଦୀପା ସିଂ ଅଶ୍‌ରଫଙ୍କ ସମେତ ଅନ୍ୟ ବନ୍ଦୀମାନଙ୍କୁ ବିନା ଦେୟରେ ପ୍ରଶିକ୍ଷଣ ଦେଉଛନ୍ତି। ଜେଲ୍‌ର ଅଧୀକ୍ଷକ ବ୍ରଜେଶ କୁମାର ଜେଲର ୪୬ଟି ପାଚେରିକୁ ସେମାନଙ୍କ ପାଇଁ କାନଭାସ କରିଦେଇଛନ୍ତି। ଏଥିରେ ଅଶ୍‌ରଫ ଚିତ୍ର ଆଙ୍କୁଛନ୍ତି। ଏହି ଚିତ୍ର ଆଙ୍କିବା ଦ୍ୱାରା ସେମାନଙ୍କର ମନୋଭାବ ମଧ୍ୟ ସକାରାମତ୍କ ହେଉଛି ବୋଲି କହନ୍ତି ଜେଲ୍‌ ଅଧୀକ୍ଷକ।