ଏଇ ଭାରତରେ

ଶାଶୁଘରେ ବୋହୂ ନିର୍ଯାତନା ପାଇବା ଏକ ସାଧାରଣ ଘଟଣା। ପୁଣି ବୋହୂ ବିଧବା ହେଲେ ସାହା ହେବାକୁ କେହି ନ ଥାନ୍ତି। କିନ୍ତୁ ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଏକ ଘଟଣା। ସ୍ଥାନୀୟ ହୀରାପୁର ଗାଁରେ ବାସକରୁଥିବା ଚମ୍ପା ବାଈ ବିଧବା ବୋହୂ ଜ୍ଞାନେଶ୍ୱରୀଙ୍କ ବିବାହ ନିଜର ଝିଅ ଭଳି କରିଛନ୍ତି। ୨୦୧୭ ଏପ୍ରିଲ ୨୦ରେ ଜ୍ଞାନେଶ୍ୱରୀଙ୍କ ସ୍ବାମୀ ଡୋମେନ୍ଦ୍ର ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ମା’ ଚମ୍ପା ବାଈ ବୋହୂର ପୁଣିଥରେ ବିବାହ କରାଇବାକୁ ଯୋଜନା କରିଥିଲେ। ଖୋଜାଖୋଜି କରିବା ପରେ କୋମଳ ରାମ ସାହୁ ନାମକ ଜଣେ ଯୁବକଙ୍କ ସହିତ ଚମ୍ପା ବାଈ ଏନେଇ କଥାବାର୍ତ୍ତା କରିଥିଲେ। କୋମଳ ରାମଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କୁ ଛାଡ଼ପତ୍ର ଦେଇଥିବାରୁ ସେ ବିପତ୍ନୀକ ହୋଇଯାଇଥିଲେ। ଏହାପରେ ଯୋଗାଡଯନ୍ତ୍ର କରି କୋମଳ ରାମଙ୍କ ସହିତ ଜ୍ଞାନେଶ୍ୱରୀଙ୍କ ବିବାହ କରାଯାଇଥିଲା। ଏହିି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।