ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଏକ ଉଦାହରଣ ସୃଷ୍ଟି କରିଛି। କାଞ୍ଜିରାପାଲ୍ଲୀ ସହରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାଜିବ । ସେ ଏକ ହ୍ୟାଣ୍ଡ ଓ୍ବାଶିଂ ମେଶିନ ତିଆରି କରିଛନ୍ତି। ଏଥିରେ ଏକ ପାଣି ଟାଙ୍କି ଖଞ୍ଜା ଯାଇଛି । ପୂରା ମେଶିନକୁ ସେ ଏକ ଅଟୋରେ ରଖି ସେଥିରେ ଟ୍ୟାପ୍‌ ଲଗାଇଛନ୍ତି। ଏହାକୁ ସେ କାଞ୍ଜିରାପଲ୍ଲୀ ସହରର ସବୁଆଡେ ବୁଲାଇ ରାସ୍ତାଘାଟକୁ ଜୀବାଣୁ ମୁକ୍ତ କରିବା ସହ ଲୋକମାନଙ୍କୁ ଲିକ୍ୱିଡ ହ୍ୟାଣ୍ଡ ୍‌ଓ୍ବାଶ ଓ ସାବୁନ ବି ବାଣ୍ଟୁଛନ୍ତି। ଲୋକମାନଙ୍କୁ ମଧ୍ୟ କେରାନାର ଭୟାଭୟତା ତଥା ହାତ ସଫା କରିବାର ଗୁରୁତ୍ୱ ଉପରେ ସଚେତନ କରୁଛନ୍ତି। କେବଳ ଏତିକି ନୁହେଁ ଏହି ସହର ଦେଇ ଯାଉଥିବା ସବୁ ଯାନକୁ ସ୍ପ୍ରେକରି ସଫା କରୁଛନ୍ତି। ଏ ସମସ୍ତ କାର୍ଯ୍ୟ ନାଜିବ ମାଗଣାରେ କରୁଛନ୍ତି। ସେ ବ୍ଲଚିଂ ପାଉଡର, ଆଣ୍ଟି ସେଫି୍ଟକ ଲୋଶନ ଏବଂ ଲେମନ ଗ୍ରାସ୍‌ ଅଏଲକୁ ମିଶାଇ ଏକ ଜୀବାଣୁ ନାଶକାରୀ ଦ୍ରବଣ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ଏହାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ଅନୁଧ୍ୟାନ କରିବା ପରେ ଏହାକୁ ବସ୍‌ଷ୍ଟାଣ୍ଡ, ରାସ୍ତା ତଥା ଅନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସେ ସ୍ପ୍ରେ କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ଏବେ ଅନେକ ସ୍ବେଚ୍ଛାସେବୀ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିଛିଦିନ ତଳେ ଅନେକ ଲୋକ ନାଜିବଙ୍କୁ ଏହି କାର୍ଯ୍ୟ ଲାଗି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ନଜିବ ପ୍ରଥମେ ଜଣେ ଟ୍ରକ୍‌ ଡାଇଭର୍‌ ଥିଲେ । ପରେ ସେ ତାହା ଛାଡି ମାଛ ବ୍ୟବସାୟ କରୁଛନ୍ତି।