ଏଇ ଭାରତରେ

ବାହାଘରକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କନ୍ୟାକୁ ବିବାହ କରନ୍ତି ବରର ଭଉଣୀ। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ ପାଇଁ ଯାଇ ନ ଥାଏ। ବର ନିଜ ଘରେ ମା’ଙ୍କ ପାଖରେ ରହି ଥାଆନ୍ତି। ବରଙ୍କଠାରୁ ସାନ ଅବିବାହିତ ଭଉଣୀ ଅବା ଘରର ଯେ କେହି ଅବିବାହିତ ଝିଅ ବରଘରକୁ ବିବାହ ପାଇଁ ଯାଇଥାଆନ୍ତି। ସେଠାରେ ସେ କନ୍ୟାକୁ ବିବାହ କରିବା ସହ ସାତଘେରା ମଧ୍ୟ ନେଇଥାଆନ୍ତି। ବରଙ୍କ ଅବିବାହିତ ଭଉଣୀ ବିବାହର ସମସ୍ତ କାର୍ଯ୍ୟ ସାରି କନ୍ୟାକୁ ନେଇ ଘରକୁ ଫେରିବା ପରେ ବରକନ୍ୟା ଏକାଠି ରହିଥାଆନ୍ତି। ଉକ୍ତ ଗ୍ରାମର ମୁଖିଆ ରାମସିଂ ଭାଇ ରାଥଓ୍ବା କୁହନ୍ତି, ଲୋକଙ୍କର ବିଶ୍ୱାସ ରହିଛି, ଏମିତି ନ କଲେ ଉଭୟ ପରିବାରରେ ଅଘଟଣ ଘଟିଥାଏ। ସେଥିପାଇଁ ଏଠାକାର ୩ଟି ଗାଁର ଲୋକେ ଆଜି ପର୍ଯ୍ୟନ୍ତ ଏହି ପ୍ରଥା ପାଳନକରି ଆସୁଛନ୍ତି।