ଏଇ ଭାରତରେ

ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦ ବର୍ଷ ହେଲା ରହିଆସୁଛନ୍ତି। ଏପରି ଏକ ଘଟଣା ଘଟିଛି ଗୁଜରାଟର ଉଦୟପୁରରେ। ଉଦୟପୁର ଅନ୍ତର୍ଗତ ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି ଏହି ବୟସ୍କ ବିବାହ। ୭୫ବର୍ଷ ବୟସ୍କ ଗମନା ସୋଲାଙ୍କି ୬୮ବର୍ଷ ବୟସ୍କା ବଞ୍ଜାରୀ ଦେବୀଙ୍କୁ ଧୁମ୍‌ଧାମରେ ବିବାହ କରିିଛନ୍ତି। ଗମନାଙ୍କୁ ୨୫ବର୍ଷ ହୋଇଥିବାବେଳେ ସେ ବଞ୍ଜାରୀଙ୍କ ସହିତ ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରିଥିଲେ। ସେତେବେଳେ ବଞ୍ଜାରୀଙ୍କୁ ୧୮ ବର୍ଷ ହୋଇଥିଲା। ଅର୍ଥାଭାବରୁ ସେମାନେ ବିବାହ କରିପାରି ନ ଥିଲେ। ଇତିମଧ୍ୟରେ ସେମାନଙ୍କ ୫ ପୁଅ ବାହା ହୋଇ ଘରକୁ ବୋହୂ ଆଣିଛନ୍ତି। ୨ ଝିଅଙ୍କ ବିବାହ ମଧ୍ୟ ହୋଇଯାଇଛି। ବୟସ୍କା ଦମ୍ପତି ନାତୁଣୀନାତି ମଧ୍ୟ ଦେଖିଲେଣି। ଏତେ ଦିନ ପରେ ବୃଦ୍ଧ ଦମ୍ପତିଙ୍କ ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।