ଏଇ ଭାରତରେ

ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ଅସିଥାଏ। ଏହି ଉକ୍ତିକୁ ନିଜ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି କର୍ନାଟକର କୃଷକ ଥମୈହା ପି.ପି.। ଜମି କହିଲେ ୧ ଏକର, କିନ୍ତୁ ସେଥିରେ ୩୦୦ ପ୍ରକାର ଗଛ ଲଗାଇ ବର୍ଷକୁ ୧୦ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ୧୯୮୪ରୁ ସେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ମଇଶୂର ତହସିଲର ହୁନସୁର୍‌ ବାସିନ୍ଦା ଥମୈହା ବହୁଦିନ ପରିବେଶଗତ ଓ କୃଷି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରେ ସେ ଏହାକୁୁ ପ୍ରତିହତ କରି ସଫଳ ହୋଇଛନ୍ତି। ପାଣିର ଆବଶ୍ୟକତାକୁ ୫୦ ପ୍ରତିଶତ କମ୍‌ କରିବା ସହ ଉପତ୍ାଦନ ୧୦ ଗୁଣ ବଢ଼ାଇ ପାରିଛନ୍ତି। ଏହି ଜମିରେ ସେ ୫ଟି ପର୍ଯ୍ୟାୟରେ ଚାଷ କରୁଛନ୍ତି। ଜମିର ପଶ୍ଚିମ ପାଖରେ ସେ ୩୦ ଫୁଟ୍‌ ବ୍ୟବଧାନରେ ନଡ଼ିଆ ଗଛ ଲଗାଇଛନ୍ତି। ଦୁଇଟି ନଡିଆ ଗଛ ମଧ୍ୟରେ ସପେଟା ଗଛ ଲଗାଇଛନ୍ତି ଓ ଏହି ମଧ୍ୟରେ ଲଗାଇଛନ୍ତି କଦଳୀ ଗଛ। ନଡ଼ିଆ ଗଛ ତଳେ ଲଗାଇଛନ୍ତି ଆରେକା ନଟ୍‌ ଓ ଗୋଲମରିଚ । ଏହା ମଧ୍ୟରେ ଲଗାଇଛନ୍ତି ବିଭିନ୍ନ ମସଲା ଗଛ। ଥମୈହା ଜମିର ଦକ୍ଷିଣ ପାଖରେ ଆମ୍ବ, ଜାମୁ, ପଣସ ଓ ବେଲ ଲଗାଇବା ସହ ଏହି ଗଛ ତଳେ ଲେମ୍ବୁ ଓ ସଜନା ଗଛ ଲଗାଇଛନ୍ତି। ମୁଗ ଚାଷ ବି ହେଉଛି। ଏହାବାଦ୍‌ ସେ ହଳଦୀ, ଓଲୁଅ, ମାଟିଆଳୁ,ଅଦା, ଗାଜର ଓ ଆଳୁ ଚାଷ ମଧ୍ୟ କରୁଛନ୍ତି। କେବଳ ଏତିକିରେ ସୀମିତ ରହିନି ଥମୈହାଙ୍କ ଚାଷ। ସେ ଫାର୍ମରେ ୧୪୦ ପ୍ରକାର ଓ୍ୟଷଧୀୟ ଗଛ,ଅଁଳା,ରେଶମା ଚେରି,କଫି,ରୋଜଉଡ୍‌,ଆତ, ଚନ୍ଦନ ଓ ଆଖୁ ଚାଷ ବି କରୁଛନ୍ତି। ସେ ଏହି ଫାର୍ମରେ ୬ଟି ଗାଡିଆ କରି ବର୍ଷା ଜଳ ସଂରକ୍ଷଣ କରୁଛନ୍ତି।