ଏଇ ଭାରତରେ

ଲକ୍‌ଡାଉନ ସମୟରେ ପିଲାମାନେ ଅନ୍‌ଲାଇନ କ୍ଲାସ୍‌ କରୁଥିବା ସମୟରେ ପୁଣେର ଛାତ୍ରମାନେ କିନ୍ତୁ ସେଠାକାର ବରିଷ୍ଟ ନାଗରିକମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଉନାହାନ୍ତି। ଛାତ୍ରମାନେ ସେମାନଙ୍କ ଅଞ୍ଚଳର ପରିବାରଗୁଡିକୁ ବିନା ଦେୟରେ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ଓ୍ୟଷଧ ଯୋଗାଇ ଦେଉଛନ୍ତି। ପୁଣେର ୬୦ ହଜାର ଛାତ୍ର ଏଭଳି ମହତ କାର୍ଯ୍ୟରେ ଲାଗିଛନ୍ତି। ସାବିତ୍ରୀବାଈ ଫୁଲେ ପୁଣେ ୟୁନିଭର୍ସିଟି(ଏସ୍‌ପିପିୟୁ)ର ନ୍ୟାଶନାଲ ସର୍ଭିସ ସ୍କିମ୍‌(ଏନ୍‌ଏସ୍‌ଏସ୍‌)ର ଭୂମିକା ଏ କ୍ଷେତ୍ରରେ ଅଧିକ ।
ଏହା ଛାତ୍ରମାନଙ୍କ ମଧ୍ୟରେ ସଂଯୋଜକ ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟେକ ଛାତ୍ର ତାଙ୍କ ଅଞ୍ଚଳରେ ରହୁଥିବା କେତୋଟି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ମହାମାରୀର ଦୁର୍ଦ୍ଦିନରେ ପରିବାରଗୁଡିକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି। ପ୍ରତ୍ୟେକ ଛାତ୍ର ସେମାନଙ୍କ ଅଞ୍ଚଳରେ ଅତି କମ୍‌ରେ ୧୦ଟି ପରିବାରକୁ ପୋଷ୍ୟଭାବେ ଗ୍ରହଣ କରୁଛନ୍ତି। ୨୪ ଏପ୍ରିଲ ସୁଦ୍ଧା ଏମାନେ ୧,୯୯,୦୦୫ ପରିବାରକୁ ସାହାଯ୍ୟ ଯୋଗାଇ ଦେଇ ସାରିଛନ୍ତି। ଆବଶ୍ୟକ ସାମଗ୍ରୀ କିଣିବା ଲାଗି ଛାତ୍ରମାନଙ୍କୁ ୟୁନିଭର୍ସିଟି ଆର୍ଥିକ ସହାୟତା ଯୋଗାଇ ଦେଉଛି।