Advertisement

ଏଇ ଭାରତରେ

ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ ( ପିପିଇ) କିଟ୍‌ର ଅଭାବ ରହିଛି। ଏଥିପାଇଁ ବହୁ କମ୍ପାନୀ ତଥା ବ୍ୟକ୍ତିଗତ ସ୍ତରରେ ପିପିଇ କିଟ୍‌ ତିଆରି କରୁଥିବାବେଳେ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ସିଂ ନିଜସ୍ବ ଉଦ୍ୟମରେ ଏହାର ଅଭାବ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଚିଫ୍‌ ଡେଭେଲପମେଣ୍ଟ ଅଫିସର୍‌ ଅରବିନ୍ଦ ୬ ଟି ବ୍ଲକର ୨୮ଟି ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଏହାକୁ ତିଆରି କରୁଛନ୍ତି। ଏହି କାର୍ଯ୍ୟରେ ପ୍ରାୟ ୧୭୫ ଗ୍ରାମୀଣ ମହିଳା ପିପିଇ କିଟ୍‌ ପ୍ରସ୍ତୁତ କରୁଛନ୍ତି। ମାର୍ଚ୍ଚ ୨୪ରୁ ଲକ୍‌ଡାଉନ ଘୋଷଣା ହେବା ପରେ ପରେ ଅରବିନ୍ଦ ପିପିଇ କିଟ୍‌ ତିଆରି କରିବା ପାଇଁ ମହିଳାମାନଙ୍କୁ ନିୟୋଜିତ କରିଛନ୍ତି। ସେ ଏହି ଅଭିଯାନର ନାଁ ଦେଇଛନ୍ତି ‘ଅପରେଶନ କବଚ’। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ କୋଭିଡ୍‌-୧୯ ହସ୍ପିଟାଲ ଏହି କିଟ୍‌ ନେବା ପାଇଁ ଅର୍ଡର ଦେଇଛନ୍ତି। ଲକ୍ଷ୍ନୌର ନଦର୍ନ କମାଣ୍ଡସ ଆର୍ମି ବେସ୍‌ ହସ୍ପିଟାଲ ଅପରେସନ କବଚଠାରୁ ୨୦୦୦ ପିପିଇ କିଟ୍‌ ପାଇଁ ଅର୍ଡର ଦେଇଛି। ଘରୋଇ ହସ୍ପିଟାଲକୁ ଯେଉଁ ମୂଲ୍ୟରେ ସ୍ବାସ୍ଥ୍ୟ ବିଭାଗ ପିପିଇ କିଟ୍‌ ଯୋଗାଇ ଦେଉଛି ତା’ର ଅଧା ଦାମ୍‌ରେ ‘ଅପରେଶନ କବଚ’ ଯୋଗାଇଦେଉଛି। ଏହାର ମୂଲ୍ୟ ୪୯୦ ଟଙ୍କା ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel