ଏଇ ଭାରତରେ

ଲକ୍‌ଡାଉନ ସମୟରେ ସବୁ ପ୍ରକାର କାର୍ଯ୍ୟକଳାପ ଏକ ପ୍ରକାର ମାନ୍ଦା ପଡ଼ିଯାଇଥିବାବେଳେ କର୍ନାଟକ କୋଲାର ଡିଭିଜନ୍‌ର କେନ୍ଦ୍ରୀୟ ଡାକ ବିଭାଗର ପୋଷ୍ଟ୍‌ମାଷ୍ଟର ପ୍ରହଲାଦାରୋ ନିପ୍ର ତାଙ୍କ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି। ଜଣେ କରୋନା ଯୋଦ୍ଧା ଭାବେ ପ୍ରହଲାଦାରୋ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଇଲେକ୍ଟେ୍‌ରାନିକ ମନି ଅର୍ଡର (ଇଏମ୍‌ଓ)ଡେଲିଭରି କରିପାରିଛନ୍ତି। ଦୀର୍ଘ ୫୪ ବର୍ଷ ଧରି ଏହି ବ୍ରାଞ୍ଚ ଅଫିସ ଚାଲିଛି ଓ ପ୍ରହଲାଦୋରୋଙ୍କ ନିଷ୍ଠାପର କାର୍ଯ୍ୟ ଦ୍ୱାରା ଉକ୍ତ ଅଫିସ ଡିଭିଜନରେ ଥିବା ୩୪୯ଟି ବ୍ରାଞ୍ଚ ଅଫିସ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ୍‌-୧୯ ସଂକ୍ରମଣ ସମୟରେ ସେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଛନ୍ତି। ସେ ଏହି ସମୟରେ ୪୨୭ ଜଣଙ୍କୁ ଇଏମ୍‌ଓ ଡେଲିଭରି କରିପାରିଛନ୍ତି। ସେ ଏହାକୁ ଲୋକମାନଙ୍କୁ ଦେବା ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରୁଛନ୍ତି। ଲୋକମାନଙ୍କୁ ଏହାକୁ ବ୍ୟବହାର କରିବା ସହ ଘରେ ରହିବା ଲାଗି ମଧ୍ୟ ପରାମର୍ଶ ଦେଉଛନ୍ତି। ୩୭ ବର୍ଷ ପୂର୍ବେ ସେ ପୋଷ୍ଟ୍‌ମ୍ୟାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କରୋନା ମହାମାରୀ ସମୟରେ ତାଙ୍କ ବରିଷ୍ଠ ଅଧିତ୍କାରୀମାନେ ଅଫିସରେ ରହି କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ ମଧ୍ୟ ସେ ଲୋକମାନଙ୍କ ପାଖରେ ପହଞ୍ଚତ୍ଛନ୍ତି।