ଏଇ ଭାରତରେ

ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା ହେଲେ ଦାସୁ ମାର୍ଲିନି। ତାଙ୍କୁ ବର୍ତ୍ତମାନ ବୟସ ୩୮ ବର୍ଷ। ମେଘାଳୟର ଶିଲଂରେ କଫି ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୨୦୧୫ରେ ଏହି ଚାକିରି ଛାଡ଼ି ସେ ପ୍ରଥମେ କଫି ଚାଷ ଆରମ୍ଭ କରିଥିଲେ। ଏବେ ସେ ୩୦୦ ମହିଳାଙ୍କୁ ନିଯୁକ୍ତି ଦେବା ସହ ବର୍ଷକୁ ୭ ଟନ୍‌ କଫି ଉପତ୍ାଦନ କରୁଛନ୍ତି। ଦାସୁ ୧୪ଟିରୁ ଅଧିକ କାଫେକୁ କଫି ଯୋଗାଉଛନ୍ତି। ଏହା ବ୍ୟତୀତ ତାଙ୍କ ଦ୍ୱାରା ଉପତ୍ାଦିତ କଫି ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ଗୁଆହାଟୀରେ ଖୁଚୁରାରେ ବିକ୍ରି କରୁଛନ୍ତି। ଏହି କଫି ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଯାଉଛି। ଏହି ସମୟରେ ଦାସୁ ନର୍ଥ ଇଷ୍ଟ ହିଲ୍‌ ୟୁନିଭର୍ସିଟି (ଏନ୍‌ଇଏଚ୍‌ୟୁ)ରୁ ବାୟୋକେମିଷ୍ଟ୍ରିରେ ଡିଗ୍ରୀ ହାସଲ କରିବା ପରେ ସେହି ୟୁନିଭର୍ସିଟିରୁ ପିଏଚ୍‌ଡି ବି କରି ଚାକିରି କରିଥିଲେ ମଧ୍ୟ କଫି ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ। ‘ସ୍ମୋକି ଫଲ୍‌ସ ଟ୍ରାଇବକଫି’ କମ୍ପାନୀ ପ୍ରତିଷ୍ଠା କରି ସେ ତାଙ୍କ ବ୍ୟବସାୟକୁ ବ୍ୟାପକ କରିପାରିଛନ୍ତି ଓ ଆଗକୁ ଆହୁରି ବେଶି ମହିଳାଙ୍କୁ ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ଦାସୁ।