ଏଇ ଭାରତରେ

ନଷ୍ଟ ହୋଇଯାଉଥିବା ଜିନିଷକୁ ନୂଆ ଜୀବନ ଦେଇ ପରିବେଶ ପ୍ରଦୂଷଣ ରୋକିବାର ନିଆରା ଚିନ୍ତା କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ପୁଣେର ଧାରା କାବରିୟା ଓ ସୋନାଲି ଫାଡ୍‌କେଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ନିଆରା। ସେମାନେ ପ୍ଲାଷ୍ଟିକ୍‌ ଓ ଜରି ଭଳି ବର୍ଜ୍ୟବସ୍ତୁକୁ ଉପଯୋଗ କରୁନାହାନ୍ତି, ବରଂ ଶିପ୍‌ କଣ୍ଟେନରକୁ ଉପଯୋଗ କରି ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରଦୂଷଣ ଦୂର କରିବା ଲାଗି ବାଟ ଦେଖାଇଛନ୍ତି। ପାରମ୍ପରିକ ନିର୍ମାଣ କୌଶଳ ଯୋଗୁ ସୃଷ୍ଟି ହେଉଥିତ୍ତ୍ବା ପ୍ରଦୂଷଣ ଦୂର କରିବା ପାଇଁ ଧାରା ଓ ସୋନାଲି ‘ଷ୍ଟୁଡିଓ ଅଲ୍‌ଟରନେଟିଭ’ ଆରମ୍ଭ କରିଛନ୍ତି। ସେମାନେ ଅପ୍‌ସାଇକ୍ଲିଂ ପ୍ରକ୍ରିୟାରେ ପୁରୁଣା ଶିପ୍‌ କେଣ୍ଟେନରଗୁଡ଼ିକରୁ ବାସୋପଯୋଗୀ ଛୋଟ ଛୋଟ ଘର ନିର୍ମାଣ କରୁଛନ୍ତି। ୩ରୁ ୪ ମାସ ମଧ୍ୟରେ ଛୋଟ ଘରଟିଏ ହୋଇଯାଉଛି। ସେମାନେ ଏହି କାର୍ଯ୍ୟ ୨୦୦୯ରୁ ଆରମ୍ଭ କରିଥିଲେ ବି ଏବେ ଏହା ଲୋକପ୍ରିୟ ହୋଇପାରିଛି। ଧାରା ଇଣ୍ଟେରିୟର ଡିଜାଇନିଂରେ ସ୍ନାତକୋତ୍ତର ଡିଗ୍ରୀ ଓ ସୋନାଲିି ପରିବେଶ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ସୁଦ୍ଧା ସେମାନେ ୧୭ଟି ପ୍ରୋଜେକ୍ଟ ହାତକୁ ନେଇ ୪୩ଟି କଣ୍ଟେନରକୁ ଅପ୍‌ସାଇକ୍ଲିଂରେ ଘର, ଅଫିସ ଏପରିକି ସ୍କୁଲ ନିର୍ମାଣ କରିସାରିଛନ୍ତି। ୨୦୧୬ରେ ଦୁଇଟି କଣ୍ଟେନରରୁ ୬୪୦ ବର୍ଗ ଫୁଟର ସ୍କୁଲ ନିର୍ମାଣ କରିବା ଥିଲା ସେମାନଙ୍କର ବଡ଼ ସଫଳତା।