ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୭। ସେ ଫରେଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ରେ ସେ ତାଙ୍କ ଶ୍ୱଶୁର ଘରେ ଏକ ବାଥଟବ୍‌ରେ ମୁକ୍ତା ସୃଷ୍ଟି କରୁଥିବା ୨୦ଟି ଶାମୁକା ରଖି ତା’ଯନତ୍ ନେବା ଆରମ୍ଭ କରିଥିଲେ। ୧୦ରୁ ୧୨ ମାସ ପରେ ପ୍ରତି ଶାମୁକାରେ ଦୁଇଟି ଲେଖା ମୁକ୍ତା ଗଠିତ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ମୁକ୍ତା ଚାଷ ବଢାଇ ଉପତ୍ାଦିତ ମୁକ୍ତାକୁ ବିକ୍ରି କରି ୮୦,୦୦୦ ଟଙ୍କା ଲାଭ ପାଇଛନ୍ତି। ପରିବାରର ସହଯୋଗ ପାଇବା ପରେ ମୁକ୍ତାଚାଷ ଉପରେ ୭ଦିନିଆ ପ୍ରଶିକ୍ଷଣ ନେଇ ଏହି ଚାଷକୁ ଆଗକୁ ବଢ଼ାଇଛନ୍ତିି। ଆଗ୍ରାରେ ସେ ‘ବିଧିବାଣୀ ମୁକ୍ତା ଫାର୍ମ’ ନାମକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି। ଶ୍ୱଶୁର ଘରେ ବେଶି ଜାଗା ନ ଥିବାରୁ ସେଠାରୁ ୬ କି.ମି ଦୂର ତାଙ୍କ ପୈତୃକ ଘରେ ଉକ୍ତ ଚାଷ ଆରମ୍ଭ କରିଛନ୍ତି। ସେଠାରେ ସେ କୁଣ୍ଡ ନିର୍ମାଣ କରି ସେଥିରେ ୨ ହଜାର ଶାମୁକା ଛାଡ଼ିଛନ୍ତି। ସେ ପ୍ରତିଦିନ ସେଠାକୁ ସକାଳେ ଯାଉଛନ୍ତି ଓ ଶାମୁକାଗୁଡିକୁ ଖାଇବାକୁ ଦେଉଛନ୍ତି। ଏଥିତ୍ପାଇଁ ସେ ଦିନକୁ ୨ରୁ ୩ ଘଣ୍ଟା ସମୟ ଦେଉଛନ୍ତି। ନଭେମ୍ବର ବେଳକୁ ସେ ଏଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ଲାଭ କରିବେ ବୋଲି କହନ୍ତି ରଞ୍ଜନା।