ଏଇ ଭାରତରେ

ସତ୍ୟଜିତ କୁମାର ସିଂ ମଖାନ( ପଦ୍ମଫୁଲରୁ ବାହାରୁଥିବା ପୁଷ୍ଟିକର ମଞ୍ଜି)ଚାଷରେ ବିହାରର ୯ଟି ଜିଲାର ୩୮ ବ୍ଲକରେ ୧୨,୦୦୦ ଚାଷୀଙ୍କୁ ସଶକ୍ତ କରିପାରିିଛନ୍ତି। ତାଙ୍କୁ କୁହାଯାଉଛି ମଖାନ ମ୍ୟାନ। ୧୯ ବର୍ଷ ତଳେ ପ୍ରତିଷ୍ଠା କରିଥିବା ଶକ୍ତି ସୁଧା ଇଣ୍ଡଷ୍ଟ୍ରିର ପ୍ରୟାସରେ ଚାଷୀମାନେ ଭାରତରେ ଉପତ୍ାଦିତ ମଖାନର ୫୦% ଉପତ୍ାଦନ କରୁଛନ୍ତି। ଆଉ ୨/୩ ବର୍ଷ ପରେ ଏମାନେ ବିଶ୍ୱରେ ୭୦ରୁ ୭୫% ମଖାନ ଉପତ୍ାଦନ କରିବାକୁ ସକ୍ଷମ ହେବେ ବୋଲି କହନ୍ତି ସତ୍ୟଜିତ। କଲେଜ ଶିକ୍ଷା ଶେଷ କରିବା ପରେ ସେ ସିଭିଲ ସର୍ଭିସ ପାଇଥିଲେ । କିନ୍ତୁ ପରେ ଚାକିରି ଛାଡି ମଖାନ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ୪୦୦ ଚାଷୀଙ୍କୁ ନେଇ ଆରମ୍ଭ କରିଥିବା ମଖାନ ଚାଷରେ ଏବେ ୧୨,୦୦୦ ଚାଷୀ ସାମିଲ ହୋଇଛନ୍ତି। ୧୫୦୦ ହେକ୍ଟରରୁ ଚାଷ ଏବେ ୧୮,୦୦୦ ହେକ୍ଟରକୁ ଛୁଇଁଛି। ସତ୍ୟଜିତ ଏହାକୁ ଆଗାମୀ ବର୍ଷ ସୁଦ୍ଧା ୨୫,୦୦୦ ହେକ୍ଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ସ୍ଥାନୀୟ ମାର୍କେଟରେ ୧କେଜି ମଖାନକୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି। ଅପ୍‌ଲାଇନ ଓ ଅନ୍‌ଲାଇନରେ ବିକ୍ରି ହେଉଛି ମଖାନରୁ ପ୍ରସ୍ତୁତ ୨୮ ପ୍ରକାର ଉପତ୍ାଦ। ଏହା କାନାଡା ଓ ଆମେରିକାକୁ ରପ୍ତାନି ହେଉଛି। ଦେଶର ୧୫ରାଜ୍ୟର ୫୦ଟି ସହରରେ ଏହାକୁ ବିକ୍ରି କରିବାର ଯୋଜନା କରାଯାଇଛି। ୨୦୨୪ ସୁଦ୍ଧା ୫୦ରୁ ୧୦୦ କୋଟି କାରବାର କରିବାର ଲକ୍ଷ୍ୟ ରଖିଛନ୍ତି ସତ୍ୟଜିତ।