ଏଇ ଭାରତରେ

ଉତ୍ତରାଖଣ୍ଡର ଗ୍ରାଫିକ ଏରା ଡିମ୍‌ଡ ୟୁନିଭର୍ସିଟି ଛାତ୍ରମାନଙ୍କ ଏକ ଟିମ୍‌ ବର୍ଜ୍ୟ କାଗଜରୁ ପ୍ରସ୍ତୁତ ବଡିରେ ଏକ ପ୍ରୋଟୋଟାଇପ୍‌ କାର ନିର୍ମାଣ କରି ଖ୍ୟାତି ହାସଲ କରିଛନ୍ତି। ଏହି ଟିମ୍‌ରେ ସମୁଦାୟ ୧୦ ଜଣ ଛାତ୍ର ରହିଛନ୍ତି ଓ ଏହାର ନେତୃତ୍ୱ ନେଇଛନ୍ତି ମଧୁର ସାକ୍‌ସେନା। ସେମାନେ କଲେଜ ହତା ଓ କଲେଜ ପାଖରେ ରହୁଥିବା ଲୋକମାନଙ୍କ ଘରୁ ବର୍ଜ୍ୟ କାଗଜ ସଂଗ୍ରହ କରି ତାହାକୁ ପ୍ଲାଷ୍ଟର ପାରିସ୍‌ ସହ ମିଶାଇ ଏକ କଠିନ ପଦାର୍ଥ ନିର୍ମାଣ କରିଛନ୍ତି। ଏହାକୁ ସେମାନେ କାର ନିର୍ମାଣରେ ଉପଯୋଗ କରି ସଫଳ ହୋଇଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଶେଲ୍‌ ଇକୋ- ମାରାଥନ ଇଣ୍ଡିଆ, ୨୦୧୯ର କିଛି ମାସ ପୂର୍ବରୁ ଏହି କାର୍‌କୁ ନିର୍ମାଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସି-ଜିରୋ। ମାରାଥନ୍‌ରେ ଏହା ଘଣ୍ଟାକୁ ୧୮୦ କି.ମି. ବେଗରେ ବି ଚାଲିପାରିଥିଲା, ଯେଉଁଥିପାଇଁ ସେମାନେ ଅଫ୍‌ଟ୍ରାକ୍‌ କ୍ୟାଟେଗୋରିରେ ସର୍କୁଲାର ଇକୋନୋମୀ ଆଓ୍ବାର୍ଡ ହାସଲ କରିଥିଲେ। ଏହା ସମ୍ପୂର୍ଣ୍ଣ ଜଳ ଓ ଅଗ୍ନି ପ୍ରତିରୋଧୀ। ବିଦ୍ୟୁତ ପରିଚାଳିତ ସିଙ୍ଗଲ ସିଟର ରେସିଂ କାର୍‌ର ବଡି କାର୍ବନ ଫାଇବର୍‌ରେ ତିଆରି କରାଯାଉଥିବାବେଳେ ସି-ଜିରୋ ଶସ୍ତା ଓ ହାଲ୍‌କା ହୋଇପାରିଛି। କାର୍ବନ ଫାଇବର ବଡି ଥିତ୍ବା କାର୍‌ର ଦାମ ୩ ଲକ୍ଷ ରହୁଥିବାବେଳେ ପେପର ବଡି କାର୍‌ର ଓଜନ ୪୦ କେ.ଜ.ି ହେବା ସହ ମୂଲ୍ୟ ୧.୭୮ ଲକ୍ଷ ରହିବ ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି। ଏହାକୁ ତିଆରି କରିବା ପୂର୍ବରୁ ପୂରା ଟିମ ବହୁବାର ଅସଫଳ ହୋଇଥିଲେ, ତେବେ ଶେଷରେ ସେମାନଙ୍କୁ ସଫଳତା ମିଳିଥିଲା।