ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ ଚେନଗାନ୍ନୁର୍‌ର ଚେରିୟାନାଡ଼ରେ ତାଙ୍କ ଘର। ଟ୍ୟାକ୍ସି ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରୁ ଗରିବଙ୍କ ପାଇଁ ଘର ତିଆରି କରିବା ସହ ସେମାନଙ୍କ ଖାଦ୍ୟ ଓ ଚିକିତ୍ସା ବାବଦରେ ଖର୍ଚ୍ଚ କରୁଛନ୍ତି। ଦୀର୍ଘ ୨୫ ବର୍ଷ ମଧ୍ୟରେ ୨୭ଟି ଘର ତିଆରି କରିବାରେ ସାହାଯ୍ୟ କରିଛନ୍ତି। ଘର ତିଆରି ପାଇଁ ଆବଶ୍ୟକ ଶ୍ରମିକଠାରୁ ଆରମ୍ଭ କରି କଞ୍ଚାମାଲ ଯୋଗାଡ଼ କରିଦିଅନ୍ତି ରେଜି। କେବଳ ଏତିକି ନୁହେଁ, ଗରିବ ପରିବାରର ପିଲାଙ୍କ ପଢ଼ିବା ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରି ଆସୁଛନ୍ତି। ରେଜି କୌଣସି ସ୍ବଚ୍ଛଳ ପରିବାରରୁ ଆସିନାହାନ୍ତି, ବରଂ ଦେଶର ବହୁ ବଦାନ୍ୟ ବ୍ୟକ୍ତି ଓ ବେସରକାରୀ ସଂସ୍ଥା ସହ ଯୋଗାଯୋଗ ରକ୍ଷା କରି ସେ ଅସହାୟମାନଙ୍କ ଆବଶ୍ୟକତା ପୂରଣ କରି ଆସୁଛନ୍ତି। ବହୁ ସମୟରେ ଅର୍ଗାନ ଡୋନୋରଙ୍କୁ ଯୋଗାଡ଼ କରି ଲୋକମାନଙ୍କ ଜୀବନ ବଞ୍ଚାଉଛନ୍ତି। ଏମିତିକି ସୌମ୍ୟା ନାମକ ଜଣେ ଝିଅର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ୧୨ଟି ସ୍କୁଲ ସମେତ ବିଭିନ୍ନ ସଂସ୍ଥାରୁ ୬,୨୦,୦୦୦ ଟଙ୍କା ଯୋଗାଡ଼ କରି ଜୀବନ ବଞ୍ଚାଇ ପାରିଥିଲେ। ଲକ୍‌ଡାଉନ ସମୟରେ ସବୁ କିଛି ଠପ୍‌ ହୋଇଯାଇଥିତ୍ବାବେଳେ ବହୁ କଷ୍ଟରେ ୪ଟି ପରିବାରକୁ ୫ ହଜାର ଟଙ୍କା ଲେଖାଏ ସାହାଯ୍ୟ ଯୋଗାଇ ଦେଇଛନ୍ତି ବୋଲି କହନ୍ତି ୬୩ ବର୍ଷୀୟ ରେଜି।