ଏଇ ଭାରତରେ

ଘର ଘର ବୁଲି ହେଉ କିମ୍ବା ରାସ୍ତାକଡରେ ବସି ଖବରକାଗଜ ବିକ୍ରି କରୁଥିବା ଜଣେ ଯୁବକ କ୍ୟାଟ୍‌‌(ସିଏଟି)ରେ ୯୯.୮୬ ନମ୍ବର ରଖିବା କିଛି କମ୍‌ ନୁହେଁ। ଏହି ଯୁବକ ଜଣକ ହେଉଛନ୍ତି ଶିବ କୁମାର ନଗେନ୍ଦ୍ର। ସେ ଜଣେ ଟ୍ରକ ଚାଳକଙ୍କ ପୁଅ। କ୍ୟାଟ୍‌ରେ ସଫଳତା ପାଇବା ପରେ ଏବେ ଆଇଆଇଏମ୍‌ କୋଲକାତାର ଛାତ୍ର। କର୍ନାଟକର ମହୀଶୂରରେ ଜନ୍ମିତ ଶିବ କୁମାରଙ୍କ ପୂର୍ବରୁ ତାଙ୍କ ପରିବାରରେ କେହି ବି ସ୍କୁଲ ଦୁଆର ମୁହଁ ମାଡି ନ ଥିଲେ। କିନ୍ତୁ ଶିବ କୁମାରଙ୍କ ମା’ ବହୁ କଷ୍ଟରେ ତାଙ୍କୁ ଇଂଲିଶ ମିଡିୟମ ସ୍କୁଲରେ ନାମ ଲେଖାଇଥିଲେ। ଶିକ୍ଷା ହାସଲ କରିବା ସହ ଶିବକୁମାର ପରିବାରକୁ ଚଳାଇବା ଲାଗି କାର ଧୋଇଛନ୍ତି,ଫୁଲ ବିକ୍ରି କରିଛନ୍ତି ଏପରିକି ରିଟେଲ ଷ୍ଟୋରରେ ବି କାମ କରିଛନ୍ତି। ନଗେନ୍ଦ୍ରଙ୍କୁ ବୟସ ୧୩ ହୋଇଥିବାବେଳେ ତାଙ୍କ ବାପାଙ୍କ ଦୁର୍ଘଟଣା ହୋଇଥିଲା। ସେତେବେଳେ ତାଙ୍କ ପଢିବାର ଆଶା ମଉଳି ଯାଇଥିଲା। କିନ୍ତୁ ଶିବ କୁମାର ଜଣେ ବ୍ୟବସାୟୀଙ୍କ ପାଖରୁ ଟଙ୍କା ଧାର ଆଣି ସ୍କୁଲ ଫି ଦେଇଥିଲେ। ଏହି ବ୍ୟବସାୟୀଙ୍କୁ ସେ ପ୍ରତିଦିନ ଖବରକାଗଜ ଦେଉଥିଲେ। ସେ ବାଙ୍ଗାଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ କ୍ୟାଟ ପାଇବାକୁ ସକ୍ଷମ ହୋଇଛନ୍ତି।