ଏଇ ଭାରତରେ

ଲକ୍‌ଡାଉନ ସମୟରେ ଜୀବିକା ହରାଇଥିବା ଲୋକମାନେ କିଚେନ୍‌ ଗାର୍ଡେନ୍‌ ମାଧ୍ୟମରେ ପରିବାର ଆବଶ୍ୟକତା ମେଣ୍ଟାଉଛନ୍ତି ଗୁଜରାଟର ହଜାର ହଜାର ପରିବାର। ଭାବନଗର, ଦାହୁଦ, ମହିସାଗର ଓ ପଞ୍ଚମହଲ ଜିଲାର ପ୍ରାୟ ୫୩ଟି ଗାଁରେ ୨ ହଜାରରୁ ଊର୍ଦ୍ଧ୍ୱ ପରିବାର କିଚେନ ଗାର୍ଡେନରେ ପରିବା ଚାଷ କରୁଛନ୍ତି। ‘ଉତ୍ଥାନ’ ନାମକ ବେସରକାରୀ ସଂସ୍ଥା ଦ୍ୱାରା ‘ଗାର୍ଡେନ୍ସ ଅଫ୍‌ ହୋପ୍‌ ବା ଏମର୍ଜେନ୍ସି କିଚେନ ଗାର୍ଡେନ’ ଅଭିଯାନ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାମାନଙ୍କ ସହଯୋଗରେ ଏହି ଗାର୍ଡେନ କରାଯାଉଛି। ବିଶେଷ କରି ମହିଳାମାନେ ଗାର୍ଡେନରେ ଜୈବିକ ପଦ୍ଧତିରେ ଲାଉ, ଗୁଆଁର, ଭେଣ୍ଡି, ଝୁଡ଼ଙ୍ଗ, କଲରା ଓ ଜହ୍ନି ଆଦି ଚାଷ କରୁଛନ୍ତିି। ଯେଉଁ ପରିବାରରେ କିଚେନ ଗାର୍ଡେନ କରିବା ପାଇଁ ସୁବିଧା ନାହଁି ସେମାନଙ୍କୁ ଏମାନେ ପରିବା ଦେଉଛନ୍ତି। ପରିବା ଉପତ୍ାଦନ କରୁଥିବା ଗୋଟିଏ ପରିବାର ଅନ୍ୟ ତିନି ପରିବାରକୁ ପରିବା ଯୋଗାଇ ଦେଉଛିି। ଫଳରେ ୭,୫୦୦ ପରିବାର ଏହାଦ୍ୱାରା ଉପକୃତ ହେଉଛନ୍ତି ଓ ଏହି ପରିବାରଗୁଡ଼ିକ ସେମାନଙ୍କର ପୌଷ୍ଟିକ ଆବଶ୍ୟକତା ପୂରଣ କରିପାରୁଛନ୍ତି। ଉତ୍ଥାନ ସଂସ୍ଥା ମୋଟରେ ୨,୫୧୪ଟି ପରିବାରକୁ କିଟ୍‌ ବିତରଣ କରିଛି। ପରିବାରର ପ୍ରତ୍ୟେକ ବ୍ୟକ୍ତି ଦୈନିକ ୭୦୦ ଗ୍ରାମ ପରିବା କିଚେନ ଗାର୍ଡେନରୁ ପାଇଲେ ତାଙ୍କ ପୌଷ୍ଟିକ ଆବଶ୍ୟକତା ସୁନିଶ୍ଚିତ ହୋଇପାରିବ ବୋଲି ଏଭଳି ଅଭିଯାନ ଚାଲୁ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଗକୁ ଆଉ ୫ ହଜାର ପରିବାରକୁ ଏହି ଅଭିଯାନରେ ସାମିଲ କରିବାର ଲକ୍ଷ୍ୟ ରଖିଛି ଉତ୍ଥାନ।