ଏଇ ଭାରତରେ

ନଭିମୁମ୍ବାଇର ବେଲାପୁର ସେକ୍ଟର-୯ର ବାସିନ୍ଦାମାନେ ସରକାରୀ ଜମି ଜବରଦଖଲ ବନ୍ଦ କରି ସେଠାରେ ବୃକ୍ଷରୋପଣ କରୁଛନ୍ତି। ସେମାନେ ଆଗ୍ରୋ ସୋସାଇଟିି ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଆଗ୍ରୋର ସବୁଠୁ ବରିଷ୍ଠ ସ୍ବେଚ୍ଛାସେବୀ କ୍ୟାପ୍ଟେନ ପଓ୍ବାଣ୍ଡେ କହନ୍ତି ଯେ, ସେମାନେ ୩୫୦ ପ୍ରକାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହା ପାଖାପାଖି ୨୫ରୁ ୩୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ସୋସାଇଟିିର ସଦସ୍ୟମାନେ କଲୋନିର ସବୁ ଘରେ କିଚେନ ଗାର୍ଡେନ କରିଛନ୍ତି। ଛାତ ଉପରେ ବି ବିଭିନ୍ନ ପରିବା ଚାଷ କରୁଛନ୍ତି। ଆଗ୍ରୋର ସ୍ବେଚ୍ଛାସେବୀମାନେ ଏକ ଭେଜିଟେବ୍‌ଲ ଗାର୍ଡେନ ମଧ୍ୟ କରିଛନ୍ତି। ବର୍ଷସାରା ଏଥିତ୍ରେ ପରିବା ଚାଷ କରି ଆଖପାଖ ଅଞ୍ଚଳରେ ବିକ୍ରି କରୁଛନ୍ତି। ଏକ ବଟରଫ୍ଲାଏ ପାର୍କ କରିଛନ୍ତି ଯେଉଁଠି ୩୦ରୁ ୪୦ ପ୍ରକାର ପ୍ରଜାପତି ଦେଖିବାକୁ ମିଳୁଛି। ଯାତାୟାତର ସୁବିଧା ପାଇଁ ସେ ଅଞ୍ଚଳରେ ବହି ଯାଉଥିବା ଛୋଟ ଛୋଟ ଝରଣା ଉପରେ ପୋଲ ନିର୍ମାଣ କରୁଛନ୍ତି। ବାହାରୁ କେହି ଦେଖିଲେ ସହରାଞ୍ଚଳରେ ଏକ ସବୁଜ ବନାନୀଭରା ଅଞ୍ଚଳର ଭ୍ରମ ସୃଷ୍ଟି କରୁଛି। ପରିବେଶ ସୁରକ୍ଷା ଲାଗି ଏହି ସୋସାଇଟି ବସନ୍ତ ଉତ୍ସବ ପାଳନକରୁଛି। ସେମାନେ ବି ଏକ ସ୍ମୃତି ଉଦ୍ୟାନ ନିର୍ମାଣ କରିଛନ୍ତି,ଯେଉଁଠାରେ ଜଣେ ଚାହଁଲେ ଅନ୍ୟ ଜଣଙ୍କ ସ୍ମୃତିରେ ଗଛ ଲଗାଇପାରୁଛନ୍ତି। ଏମାନେ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ପଢ଼ା ଦେଖୁଛନ୍ତି।