ଏଇ ଭାରତରେ

ନିଜ ଦରମାରୁ ଖର୍ଚ୍ଚକରି ୨୨୦୦ ପିଲାଙ୍କୁ ମାଗଣାରେ ପଢାଉଥିବା ବଠିଣ୍ଡା( ପଞ୍ଜାବ)ର ଶିିକ୍ଷକ ସଞ୍ଜୀବ କୁମାର ଉଦାହରଣ ପାଲଟିଛନ୍ତି। ସେ ୧୮ ବର୍ଷ ହେବ ଭାରତର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି। ସେ ଗଣିତ ପଢ଼ାନ୍ତି। ସ୍କୁଲ୍‌ ସମୟ ପରେ ସେ ପ୍ରତିଦିନ ପିଲାମାନଙ୍କୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ ପଢାଇଥାନ୍ତି। ପଢାଇବା ଲାଗି ଦୁଇଟି ଲାପ୍‌ଟପ୍‌ ଉପଯୋଗ କରୁଛନ୍ତି। ଗୋଟିକରେ ଜୁମ୍‌ ଆପ୍ଲିକେଶନ ପ୍ରସ୍ତୁତ ରହିଥିତ୍ତ୍ବାବେଳେ ଅନ୍ୟଟିରେ ନୋଟସ୍‌ ରହିଛି। ଲକ୍‌ଡାଉନ ପରେ ମାର୍ଚ୍ଚ ୨୯ରୁ ସେ ଅନ୍‌ଲାଇନ କ୍ଲାସ କରୁଛନ୍ତିି। ପିଲାଙ୍କୁ ବିନା ଦେୟରେ ପଢ଼ାଉଛନ୍ତି। ପ୍ରଥମେ ତାଙ୍କ ସହ ୫୦ ଜଣ ପିଲା ଯୋଡି ହୋଇଥିଲେ। ଏପ୍ରିଲ ପହିଲାବେଳକୁ ପିଲାଙ୍କ ସଂଖ୍ୟା ପହଞ୍ଚତ୍ଥିଲା ୩୫୦ରେ ଓ ଏବେ ୨୨୦୦ପଢୁଛନ୍ତି। ସଞ୍ଜୀବ ତାଙ୍କ ଦରମାରୁ ପ୍ରତିମାସରେ ୨୦,୦୦୦ ଟଙ୍କା ଏଥିରେ ଖର୍ଚ୍ଚ କରୁଛନ୍ତି। ପ୍ରତି ଅନ୍‌ଲାଇନ ସେସନରେ ୫୦୦ ପିଲା ପଢୁଛନ୍ତି। ଦିନକୁ ତିନୋଟି ସେସନ ପରିଚାଳନା କରୁଛନ୍ତି। ୮ମ ଓ ତଦୂର୍ଦ୍ଧ୍ୱ ଶ୍ରେଣୀର ପିଲାମାନେ ପଢୁଛନ୍ତିି। କେବଳ ଭାରତ ନୁହେଁ, ତାଙ୍କର ଏହି କ୍ଲ୍ଲାସରେ ଏବେ ୟୁଏଇ ଓ ମାଲେସିଆର ଛାତ୍ରମାନେ ସାମିଲ ହୋଇଛନ୍ତି। ସଞ୍ଜୀବଙ୍କ ସ୍ତ୍ରୀ ମଧ୍ୟ ଶିକ୍ଷୟିତ୍ରୀ। ସେ ଅନ୍‌ଲାଇନ୍‌ କ୍ଲାସ୍‌ରେ ସଞ୍ଜୀବଙ୍କୁ ସହଯୋଗ କରିଆସୁଛନ୍ତି।