ଏଇ ଭାରତରେ

‘ଡାକ୍ତର ହିଁ ଦ୍ୱିତୀୟ ଈଶ୍ୱର’, ଏହାକୁ ପ୍ରତିପାଦନ କରିଛନ୍ତି ପୁଣେର ଡା.ମନୋହର ଡୋଲେ। ସେ ଦୀର୍ଘ ୩୮ ବର୍ଷ ମଧ୍ୟରେ ୧.୫ ଲକ୍ଷ ଆଦିବାସୀଙ୍କୁୁ ମାଗଣାରେ ଚକ୍ଷୁ ଚିକିତ୍ସା କରିଛନ୍ତି। ତାଙ୍କୁ ଏବେ ବୟସ ୯୩। ୧୯୬୨ରେ ସେ ଆୟୁର୍ବେଦରେ ଡିଗ୍ରୀ ହାସଲ କରି ୧୯୭୭ ଯାଏ ନାରାୟଣଗାଁଓରେ ଗରିବମାନଙ୍କ ସେବାରେ ଲାଗି ଯାଇଥିଲେ। ପରେ ୧୯୮୨ରେ ସେ ନାସିକ-ପୁଣେ ରାଜପଥ କଡ଼ରେ ୨୦ଟି ଶଯ୍ୟା ଓ ଗୋଟିଏ ଅପରେସନ ରୁମ୍‌କୁ ନେଇ ଏକ କ୍ଲିନିକ ଖୋଲି ଚକ୍ଷୁ ଚିକିତ୍ସା ଆରମ୍ଭ କରିଥିଲେ। ସେତେବେଳେ ଆଖିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିତ୍ବା ରୋଗୀଙ୍କୁ ପୁଣେ ପଠାଉଥିତ୍ଲେ। ତାଙ୍କର ଘନିଷ୍ଠ ବନ୍ଧୁ ତଥା ସମାଜସେବୀ ମୋହନ ଥୁସେଙ୍କ ପରଲୋକ ହେବା ପରେ ଏହି କ୍ଲିନିକ୍‌ର ନାମ ରଖିଥିଲେ ମୋହନ ଥୁସେ ଆଇ ହସ୍ପିଟାଲ। ୨୦୦୨ରେ ଏଥିରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିବା ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ରଖିଛନ୍ତି। ପୁଣେରୁ ଚକ୍ଷୁ ବିଶେଷଜ୍ଞମାନେ ମେଡିକାଲକୁ ଆସି ମାଗଣାରେ ଚିକିତ୍ସା କରୁଛନ୍ତି। ମାସକୁ ପାଖାପାଖିତ୍ ୪୦୦ ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ନାସିକ, ଥାନେ, ଅହମ୍ମଦାନଗର ଏବଂ ପୁଣେର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସୁଥିବା ଏହି ରୋଗୀମାନଙ୍କୁ ବିଭିନ୍ନ ଗାଁରେ ଛାଡିବା ଲାଗି ୯ ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ସପ୍ତାହାନ୍ତରେ ବିଭିନ୍ନ ଆଦିବାସୀ ଗାଁରେ କ୍ୟାମ୍ପ୍‌ ମଧ୍ୟ ଆୟୋଜନ କରାଯାଉଛି। ଗୁରୁତର ରୋଗୀମାନଙ୍କର ରହିବା ଖାଇବା ସହ ସବୁ ଖର୍ଚ୍ଚ ଅନୁଦାନରେ ହିଁ ଚାଲିଛି। ଏହି ସେବା ଡ.ମନୋହର ଡୋଲେ ମେଡିିକାଲ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ହେଉଛି।