ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ତାଙ୍କ ଗାଁ ଘଟଗରାରୁ ଏଭଳି ସମସ୍ୟା ଦୂର କରିପାରିଛନ୍ତି। ଧର୍‌ ଜିଲା ବଡନାଓ୍ବର ବ୍ଲକ ଅନ୍ତର୍ଗତ ଘଟଗରା ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ମାୟା ମୌସରିୟା ଏବେ ସବୁ ଘରକୁ ଟ୍ୟାପ୍‌୍‌ ପାଣି ଯୋଗାଇ ଦେଇଛନ୍ତି। ପ୍ରତିଟି ଘରେ କୁଅ ଖୋଳିଛନ୍ତି ଓ ପାଇଖାନା ନିର୍ମାଣ କରିଛନ୍ତି । ଏହାବାଦ ଗାଁରେ ଏକ କମ୍ୟୁନିଟି ଓ୍ବାଟର ଟ୍ୟାଙ୍କ୍‌ ନିର୍ମାଣ କରିଛନ୍ତି। ଘଟଗରା ଗାଁର ମହିଳାମାନେ ପାଣି ଆଣିବାରେ ସେମାନଙ୍କ ଦିନର ଅଧା ସମୟ ଅତିବାହିତ କରୁଥିଲେ। ସେମାନେ ଭୋର୍‌ ୫ଟାରୁ ଉଠି ପାଣି ପାଇଁ ଚାଲି ଚାଲି ଯାଆନ୍ତି ଓ ଅପରାହ୍ନରେ ଫେରନ୍ତି। ମାୟା ଦଶମ ଶ୍ରେଣୀ ଯାଏ ପଢିଛନ୍ତି ଓ ସେ ତାଙ୍କ ଗାଁର ବଡ ପାଠୁଆ। ମହିଳାମାନଙ୍କୁ ସେ ଜଳ ସଂରକ୍ଷଣ ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ସେ ମଧ୍ୟ ଗାଁରୁ ପରଦା ପ୍ରଥା ଦୂର କରିପାରିଛନ୍ତି। ଝିଅମାନେ ଉଚ୍ଚଶିକ୍ଷା ପାଇବା ଲାଗି ଅନ୍ୟ ଗାଁକୁ ଯିବାକୁ ପଡୁଥିତ୍ବାରୁ ସେମାନେ ଖୁବ ବେଶିରେ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିତ୍ଲେ। ଏବେ କିନ୍ତୁ ଉଚ୍ଚଶିକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବା ପାଇଁ ବସ୍‌ ବ୍ୟବସ୍ଥା କରିଛନ୍ତି ମାୟା। ୩୪ ବର୍ଷୀୟା ମାୟା ୨୦୧୫ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।