ଏଇ ଭାରତରେ

ଗୋଟିଏ ପଟେ ଦାୟିତ୍ୱ ଅନ୍ୟ ପଟେ କୋଚିଂ କ୍ଲାସ,ଚିକିତ୍ସା ଓ ଜୈବିକ କୃଷି ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡ. ପ୍ରୀତିପଲ୍‌ କୌର ବାତ୍ରା। ହରିୟାଣା ଯମୁନା ନଗର ବାସିନ୍ଦା ଡେଣ୍ଟିଷ୍ଟ ଡ.କୌର ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ପ୍ରଥମେ ନାଗାଲାଣ୍ଡ ଟୁଏନ୍‌ସାଙ୍ଗ ଜିଲାରେ ନିଯୁକ୍ତି ପାଇ ଏସ୍‌ଡିପିଓ ଅଫିସର ଭାବେ ଦାୟିତ୍ୱ ତୁଲାଇବା ପରେ ଏବେ ନୋକଲକ ଜିଲାର ଏସ୍‌ପି ରହିଛନ୍ତି। ୟୁପିଏସ୍‌ସି ଏବଂ ରାଜ୍ୟ ସରକାର ଚାକିରି ଆଶାୟୀମାନଙ୍କ ପାଇଁ କୋଚିଂ କ୍ଲାସ୍‌ର ଆୟୋଜନ କରୁଛନ୍ତି। ଡ୍ରଗ ଆଡିକ୍ଟମାନଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟ ସ୍ରୋତକୁ ଫେରାଉଛନ୍ତି। ଆଦିବାସୀ ପିଲାମାନଙ୍କ ପାଇଁ ମଧ୍ୟ କୋଚିଂକ୍ଲାସ୍‌ ଆରମ୍ଭ କରିଛନ୍ତି। ଏସ୍‌ପି ଅଫିସ କ୍ୟାମ୍ପସରେ ଥିବା କନ୍‌ଫରେନ୍ସ ହଲ୍‌ରେ ସେ କ୍ଲାସ ନେଉଛନ୍ତି ଏବଂ ଆବଶ୍ୟକ ବହି ଓ ଅନ୍ୟ ପାଠ୍ୟ ଉପକରଣ ନିଜ ହାତରୁ ଖର୍ଚ୍ଚ କରି କିଣୁଛନ୍ତି। ପିଲା ତଥା ଚାକିରି ଆଶାୟୀମାନଙ୍କୁ ଏସବୁ ସୁବିଧା ମାଗଣାରେ ଉପଲବ୍ଧ ହେଉଛି। ଜିଲାର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ସେ କୃଷକମାନଙ୍କୁ ଜୈବିକ କୃଷି ସମ୍ବନ୍ଧରେ ପ୍ରଶିକ୍ଷଣଦେବା ସହ ଆଣ୍ଟି ନାର୍କୋଟିକ୍ସ ଅଭିଯାନ ଚଳାଇଛନ୍ତି। ମାସ୍କ ପିପିଇ କିଟ ତିଆରି କରୁଥିବା ଏକ ମହିଳା ସଂଗଠନକୁ ତାଙ୍କର ମାସକର ଦରମା ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏଚ୍‌ଆଇଭି- ଏଡ୍‌ସ ଆକ୍ରାନ୍ତଙ୍କ ପିଲା ଯେଉଁମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କ ଯନତ୍ ମଧ୍ୟ ନେଉଛନ୍ତି ଡ. କୌର।