ଏଇ ଭାରତରେ

ପିଆଜ ଦର ଏବେ ଆକାଶଛୁଆଁ। ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ପିଆଜ ଉପତ୍ାଦନକାରୀ ଦେଶ ହୋଇ ଏଭଳି ପରିସ୍ଥିତିର ସାମ୍‌ନା କରିବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାକୃିତକ ବିପର୍ଯ୍ୟୟ ତଥା ଉନ୍ନତ ଭଣ୍ଡାରଣ ବ୍ୟବସ୍ଥା ନ ଥିବା ଯୋଗୁ ପିଆଜ ନଷ୍ଟ ହେଉଛି ଓ ଦରବୃଦ୍ଧି ଘଟୁଛି। ଚାଷୀମାନେ ଭଣ୍ଡାରଘରେ ଯେତିକି ପିଆଜ ରଖନ୍ତି ସେଥିରୁ ୪୫ରୁ ୫୦ ପ୍ରତିଶତ ନଷ୍ଟ ହୋଇଯାଏ। ତେବେ ଭଣ୍ଡାରଘରେ ପିଆଜ ନଷ୍ଟ ରୋକିବା ଲାଗି ଅଣ୍ଟାଭିଡିଛନ୍ତି ମହାରାଷ୍ଟ୍ରର ୨୩ ବର୍ଷୀୟା କଲ୍ୟାଣୀ ସିନ୍ଦେ। ଏସିଆର ବୃହତ୍‌ ପିଆଜ ମାର୍କେଟ କୁହାଯାଉଥିବା ନାସିକ ଜିଲା ଲସାଲଗାଓଁରେ ତାଙ୍କ ଜନ୍ମ। କୃଷକ ପରିବାରରେ ଜନ୍ମିତ କଲ୍ୟାଣୀ ଭଣ୍ଡାରଘରେ ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ପିଆଜ ନଷ୍ଟ ରୋକିବାରେ ସଫଳ ହୋଇଛନ୍ତି। ପାରମ୍ପରିକ ଭଣ୍ଡାରଘରକୁ ସ୍ମାର୍ଟ ଭଣ୍ଡାରଘରରେ ପରିଣତ କରୁଛନ୍ତି। ସେଥିରେ ସେ ସେନ୍‌ସର ଲଗାଉଛନ୍ତି, ଯାହା ତା’ଭିତରର ପରିବେଶକୁ ସୂକ୍ଷ୍ମସ୍ତରରେ ଟ୍ରାକ୍‌ କରି କୃଷକମାନଙ୍କୁ ପିଆଜ ନଷ୍ଟ ହେବା ପୂର୍ବରୁୁ ଜଣାଇଦେଉଛି। ସେନ୍‌ସର ବିଦ୍ୟୁତଶକ୍ତିରେ ଚାଲୁଛି। ଏହାକୁ ପିଆଜ ମଧ୍ୟରେ ରଖାଯାଉଛି, ଯାହା ଠିକ୍‌ ସମୟରେ ହ୍ୟୁମିଡିଟି ସମ୍ପର୍କରେ ତଥ୍ୟ ଯୋଗାଇ ଦେଉଛି। ନଷ୍ଟ ହେବା ଆରମ୍ଭ ହେବା ମାତ୍ରେ ତାହା କୃଷକଙ୍କୁ ଏ ସମ୍ପର୍କରେ ଅବଗତ କରିପାରୁଛି। ସେ କମ୍ପ୍ୟୁଟର ସାଇନରେ ଡିଗ୍ରୀ କରୁଥିବାବେଳେ ଭଣ୍ଡାରଘରେ କିଭଳି ପିଆଜ ନଷ୍ଟ ନ ହେବ ତା’ଉପରେ ଗବେଷଣା କରି ସଫଳ ହୋଇଥିଲେ। ଏବେ ଭଣ୍ଡାରଘରେ ଉପଯୋଗ ଟେକ୍‌ନୋଲୋଜିରେ ନଷ୍ଟ ହେଉଥିବା ପିଆଜ ପରିମାଣ ୨୦ରୁ ୨୫% କମ୍‌ ହେବ ବୋଲି କହନ୍ତି କଲ୍ୟାଣୀ।