ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ ଏହି ଘଟଣାର ଭିଡିଓ ରେକର୍ଡିଂ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ହରିୟାଣା ଅନ୍ତର୍ଗତ ମହେନ୍ଦ୍ରଗଡ଼ର ନିଓ୍ବାଜ ନଗରରେ। ସେଠାରେ ରହୁଥିବା ଜଣେ ବୋହୂ ତାଙ୍କ ବୟସ୍କା ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ବୋହୂ ଶାଶୁଙ୍କୁ ବାଡେଇବା ସମୟରେ ନାତୁଣୀ ଏହାର ଭିଡିଓ ରେକର୍ଡିଂ କରିଦେଇଥିଲେ। ଏବେ ଏହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଖୁବ୍‌ ଚର୍ଚ୍ଚା ହେଉଛି। ଖବର ପାଇ ପୋଲିସ ଘଟଣାର ଯାଞ୍ଚ କରିବା ସହିତ ବୃଦ୍ଧାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଇଛି। ଏହାପରେ ବୃଦ୍ଧା ଜଣକ ଯେଉଁଠି ରହିବାକୁ ଇଚ୍ଛା ପ୍ରକାଶ କରିବେ ତାଙ୍କୁ ସେହିଠାରେ ଛାଡି ଦିଆଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ବୋହୂଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଛୋଟ ଛୋଟ କଥାକୁ ନେଇ ବେଳେବେଳେ ଘରୋଇ କଳି ଏଭଳି ସ୍ତରକୁ ଚାଲିଆସେ ଯେ ସମ୍ପର୍କ ଭାଙ୍ଗିବା ଯାଏ କଥା ପହଞ୍ଚିଯାଏ। କ୍ରୋଧ ଉପରେ ନିୟନ୍ତ୍ରଣ...

ଭରସାର ନୂତନ ଦିଗନ୍ତ

ଓଡ଼ିଶାର ନୂତନ ସରକାର ଚାଷୀଙ୍କ ମୁହଁରେ ଆନନ୍ଦର ଝଲକ ସୃଷ୍ଟି କରିଛନ୍ତି। ଓଡ଼ିଶାର ପ୍ରଧାନ କୃଷି ଧାନଚାଷ। ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦରରେ ସରକାର...

ଲୋକାଭିମୁଖୀ ପ୍ରଶାସନ ଲୋଡ଼ା

ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ...

ମାଛ ବଞ୍ଚାଇ ଘର ପୋଡ଼ିଲେ

ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ। ହେଲେ କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସରେ ଲାଗିଥିବା ନିଆଁକୁ ସହଜରେ ଆୟତ୍ତ କରିପାରୁନାହିଁ। ଜାନୁଆରୀ ୭ ତାରିଖରୁ ଲାଗିଥିବା...

ଓଡ଼ିଶା ଆତ୍ମନିର୍ଭର ହେଉ

ରକାର ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି, ସରକାରଙ୍କ ପାଖରେ ମୂଲ୍ୟ...

ସମାଜବାଦ ଓ ସମବାୟ

ନୀ ଓ ଦରିଦ୍ର ମଧ୍ୟରେ ଆର୍ଥିକ ସମାନତା ଆଣିବା ସମାଜବାଦର ମୂଳମନ୍ତ୍ର। ଭୂସଂସ୍କାର ଜରିଆରେ ରାଜା, ଜମିଦାର ଓ ମାଲିକଙ୍କର ବଳକା ଜମିକୁ ଭୂମିହୀନ ଚାଷୀଙ୍କ...

ସମ୍ବିଧାନର ହୃଦୟ

ଜାନୁଆରୀ ୨୬ ପାଖେଇ ଆସୁଛି। ସାମରିକ ପରେଡ୍‌ ଏବଂ ଭିଭିଆଇପି ଓ ବିଦେଶୀ ଅତିଥିଙ୍କ ଉପସ୍ଥିତି ବ୍ୟତୀତ ଏହି ଦିନର ଅର୍ଥ କ’ଣ ତାହା ପରୀକ୍ଷା...

ଧନ୍ୟବାଦ

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗଦେଇ ଏହାର ଗରିମା ବଢ଼ାଇଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବର ଅନ୍ତିମ ଦିବସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri