ଏଇ ଭାରତରେ

ଧାନଚାଷ କେଉଁଠିି ହୁଏ ବୋଲି ଯାହାକୁ ପଚାରିବେ, ଉତ୍ତର ପାଇବେ ବିଲରେ ହୁଏ। କିନ୍ତୁ ଘର ଅଗଣାରେ ପ୍ଲାଷ୍ଟିକ ବୋତଲରେ ଧାନଚାଷ ହେଉଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ପଦ୍ଧତିରେ ଚାଷ କରୁଛନ୍ତି କେରଳ କୋଟ୍ଟାୟାମ ଜିଲାର ଟାଇଟସ୍‌ ଶାମ ଜୋଶେଫ ଓ ତାଙ୍କ ପନତ୍ୀ। ଲକ୍‌ଡାଉନ ସମୟରେ ଧାନଚାଷର ଏଭଳି ଏକ ଅଭିନବ ଉପାୟ ସେମାନଙ୍କ ମୁଣ୍ଡରେ ଢୁକିଥିଲା। ତାଙ୍କ ଆଖପାଖ ଅଞ୍ଚଳରେ କେହି ଧାନଚାଷ କରୁନଥିବାରୁ ସେମାନେ ଘର ଅଗଣାରେ ପ୍ଲାଷ୍ଟିକ ବୋତଲରେ ଚାଷ ଆରମ୍ଭ କରିଥିଲେ। ୧୭୫ଟି ମିନେରାଲ ଓ୍ବାଟର ବୋତଲ ସଂଗ୍ରହ କରି ସେଥିତ୍ରେ ଚାଷ କରିଛନ୍ତି। ତାହାକୁ ଲମ୍ବାଭାବରେ କାଟି ତଳ ଭାଗରେ ପାଣି ରଖିତ୍ବା ପରେ ଉପର ଭାଗକୁୁ ତଳକୁ ନୁଆଁଇ ଆଣି ସେଥିରେ ଗୋବର ଖତ ଓ ମାଟି ଭରି ଧାନଗଛ ଉତାରି ଗତ ମାସରେ ସେଥିରୁ ଧାନ ଅମଳ କରିଛନ୍ତି । ଏଥିରେ ସେମାନେ କୌଣସି କୀଟନାଶକ ବ୍ୟବହାର କରିନାହାନ୍ତି। ଦିନକୁ ଥରେ ସେମାନେ ପାଣି ଦେଉଥିଲେ। ଏହି ପଦ୍ଧତିରେ ଅଧିକ ଧାନ ନ ମିଳିଲେ ବି ପ୍ଲାଷ୍ଟିକ ବର୍ଜ୍ୟର ଉପଯୋଗ ହୋଇପାରିବ ବୋଲି କହନ୍ତି ୪୭ ବର୍ଷୀୟ ଟାଇଟସ। କେବଳ ଏତିକି ନୁହେଁ , ସେ ଅଗଣାରେ ପରିବା ଓ ମାଛଚାଷ କରୁଛନ୍ତି। ଦୁଇଟି କୁଣ୍ଡରେ ୭୦୦ ମାଛ ରଖିତ୍ଛନ୍ତି ା