ଏଇ ଭାରତରେ

ଜଳ ପୃଥିବୀକୁ ସବୁଜ ସୁନ୍ଦର କରେ। ଜଳ ବି ଜୀବନର ସଞ୍ଜିବନୀ,ଏହା ଉପଲବ୍ଧିି କରିଛନ୍ତି ଯୋଗେଶ ଚୌହାନ। ପୁଣେର ଏହି ଏଚ୍‌ଆର୍‌ ପସର୍ର୍ନାଲ ଦହିଗାଓଁରେ ଜଳ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି କରିପାରିଛନ୍ତି। ଏହାଦ୍ୱାରା ସବୁ କୂଅ, ନଳକୂଅରେ ପାଣି ଭରା ରହୁଛି। ମହାରାଷ୍ଟ୍ରର ସତରା ଜିଲା ଅନ୍ତର୍ଗତ ଦହିଗାଓଁରେ ଯୋଗେଶଙ୍କ ଜନ୍ମ। ଗାଁର ଜନସଂଖ୍ୟା ୩,୫୦୦। ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଏହି ଗାଁ ତଥା ଏହାର ୧୦୦କିମି ମଧ୍ୟରେ ଥିତ୍ବା ଗାଁଗୁଡ଼ିକରୁ ଏହି ସମସ୍ୟା ଏବେ ଦୂର ହୋଇଛି ଯାଦବଙ୍କ ପ୍ରଚେଷ୍ଟାରେ।୨୦୧୬ରେ ଯୋଗେଶ ଗାଁକୁ ଫେରି ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ବର୍ଷାଜଳ ଅମଳ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ପରେ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବର୍ଷାଜଳ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରିଛନ୍ତି। ପାଣିକୁ ଫିଲଟର କରି ପାଣିଟାଙ୍କିଗୁଡ଼ିକରେ ଜମାରଖିବାର ବ୍ୟବସ୍ଥା କରିଛନ୍ତି। ଗ୍ରାମବାସୀ ଏବଂ ସ୍ଥାନୀୟ ସଂସ୍ଥାମାନଙ୍କଠାରୁ ଆର୍ଥିକ ଅନୁଦାନ ଯୋଗାଡ କରି ଏହି ପ୍ରୋଜେକ୍ଟକୁ ଆଗକୁ ବଢାଇଛନ୍ତି। କେବଳ ଏତିକି ନୁହେଁ ସେ ଗାଁ ପାଖ ନଦୀରେ ୧୭ଟି ଚେକ୍‌ଡ୍ୟାମ ନିର୍ମାଣ କରି ନଦୀର ୫୦ ପ୍ରତିଶତ ପାଣି ଅଟକାଇ ପାରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସହ ଇଞ୍ଜିନିୟର, ସ୍ବେଚ୍ଛାସେବୀ ଓ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି। ଚେକ୍‌ଡ୍ୟାମରେ ୨୯ କୋଟି ଲିଟର ଜଳ ସଂରକ୍ଷଣ କରାଯାଇପାରିବ ବୋଲି ଆକଳନ କରିଛନ୍ତି ଯୋଗେଶ। ଦହିଗାଓଁ ଏବଂଏହାର ଆଖପାଖ ଗାଁଗୁଡ଼ିକରେ ଭୂତଳ ଜଳସ୍ତର ଢେର ବଢ଼ିଯାଇଛି। ୭୦ଫୁଟ ବଦଳରେ କୂଅରେ ୩୦ ଫୁଟରେ ପାଣି ପଡୁଛି। ପୁରୁଣା ନଳକୂପରେ ୧୫୦ ଫୁଟରେ ପାଣି ପଡୁଥିବାବେଳେ ଏବେ ପଡୁଛି ୭୦ ଫୁଟରେ।