ଏଇ ଭାରତରେ

କୃଷି କେବଳ ଗ୍ରାମାଞ୍ଚଳରେ ସମ୍ଭବ ସହରାଞ୍ଚଳରେ ନୁହେଁ, ଏଭଳି ଧାରଣକୁ ଦୂର କରିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ପୂର୍ବତନ ବୈଜ୍ଞାନିକ ପୂର୍ଣ୍ଣିମା ସଭରଗାଁଓକର। ନଡ଼ାରୁ ମାଟି ପ୍ରସ୍ତୁତ କରି ନଡ଼ା ପୋଡ଼ି ସମସ୍ୟାର ସମାଧାନ ପାଇଁ ବାଟ ବି ଦେଖାଇଛନ୍ତି। ଏହି ମାଟିକୁ ଘରେ ଉଦ୍ୟାନ କୃଷିରେ ଲଗାଇ ୭୦ ପ୍ରକାର ଖାଦ୍ୟ ଶସ୍ୟ ଉପତ୍ାଦନ କରିପାରିଛନ୍ତି। ମାତ୍ର ୩୦୦ ବର୍ଗଫୁଟ ବଗିଚାରେ କେବଳ କୁଣ୍ଡରେ ସେ ୬୦ ପ୍ରକାର ଫସଲ ଉପତ୍ାଦନ କରୁଛନ୍ତି। ପୂର୍ଣ୍ଣିମା ରହୁଛନ୍ତି ଗୁଡଗାଁଓରେ। ୨୦୦୩ ଯାଏ ସେ ଇସ୍ରୋରେ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ଅର୍ବାନ ଫାମର୍ିଂ ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କୁ ଏବେ ବୟସ ୫୪। ଅର୍ବାନ କୃଷି ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ ହୋଇପାରିଛନ୍ତି। ସେ ‘ଏନରିଚଡ୍‌ ସଏଲ ଆଣ୍ଡ୍‌ ସୋଲ’ ପ୍ରୋସେସିଂ ୟୁନିଟ୍‌ ମାଧ୍ୟମରେ ୭ ପ୍ରକାର ମାଟି ପ୍ରସ୍ତୁତ କରି ତାହାକୁ ବିକ୍ରି କରୁଛନ୍ତି। ଜୈବିକ ବର୍ଜ୍ୟରେ ୧,୫୦୦ କିଲୋ ନଡା ଉପଯୋଗ କରି ୧୨ ଟନ ଜୈବିକ ମାଟି ସେ ପ୍ରସ୍ତୁତ କରୁଛନ୍ତି। ଏହି ମାଟି ୪୫ ଦିନରେ ହୋଇଯାଉଛି। ଏହାର ନାମ ଦେଇଛନ୍ତି ‘ଅମୃତ ମାଟି’। କୃଷକମାନଙ୍କଠାରୁ ଧାନ, ଗହମ ଓ ବାଜରା ନଡ଼ା ଏବଂ ତାଙ୍କ ଅଞ୍ଚଳରୁ ଘରୋଇ ବର୍ଜ୍ୟ ସଂଗ୍ରହ କରି ପୂର୍ଣ୍ଣିମା ଏହି ମାଟି ତିଆରି କରୁଛନ୍ତି। ଅର୍ବାନ ଗାର୍ଡନର ଭାବେ ଜଣାଶୁଣା ପୂର୍ଣ୍ଣିମା ସହରାଞ୍ଚଳରେ ଅର୍ବାନ ଫାର୍ମିଂ କରିବା ଲାଗି ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଆରମ୍ଭ କରିଛନ୍ତି।