ଏଇ ଭାରତରେ

ବୟସ ୨୨, କିନ୍ତୁ ବତାସ ପୀଡିତ ଲୋକମାନଙ୍କ ପୁନଃ ଥଇଥାନ ଲାଗି ନିଜକୁ ସମର୍ପଣ କରିଛନ୍ତି କୋଲକାତାର ଆୟୁଷ ସାରଦା। ସେ ନିଜସ୍ବ ଉଦ୍ୟମରେ ସୁନ୍ଦରବନରେ ଥିବା ଗାଁଗୁଡ଼ିକରେ ଲୋକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ଏବେ ସୁଦ୍ଧା ୫୦ଟି ପରିବାରକୁ ସେମାନଙ୍କ ଜୀବନ ଜୀବିକାର ବାଟ ଦେଖାଇଛନ୍ତି। ଆୟୁଷ ଅମ୍ଫନ ବାତ୍ୟା ପରେ କ୍ଷତିଗ୍ରସ୍ତ ଏହି ଲୋକମାନଙ୍କୁ ମହୁଚାଷ ଓ ସୁନ୍ଦରବନରୁ ମହୁ ସଂଗ୍ରହ କରାଇବାରେ ସକ୍ଷମ ହୋଇଛନ୍ତି। ମହୁ ମାର୍କେଟିଂରେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ୫୦ଟି ପରିବାର ମାସକୁ ୧୨୦୦ ବୋତଲ ପ୍ରାୟ ୫୦୦ କେଜି ମହୁ ବିକ୍ରି କରୁଛନ୍ତି। ମହୁର ପ୍ୟାକେଜିଂ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଥମେ ୧୦ଟି ପରିବାର ଏହି କାର୍ଯ୍ୟରେ ନିୟୋଜିତ ହେବା ପରେ ଏବେ ୫୦ଟି ପରିବାର ଏହି ଅଭିଯାନରେ ଯୋଡି ହୋଇସାରିଲେଣି। ବାତ୍ୟା ପୂର୍ବରୁ ଏମାନଙ୍କର ହାରାହାରି ଆୟ ୨,୫୦୦ ଟଙ୍କା ଥିଲା ଓ ଏବେ ଏହା ୧୦,୦୦୦ ଟଙ୍କାକୁ ବୃଦ୍ଧିପାଇଛି। ମେ ୨୦୨୦ରେ ଅମ୍ଫନ ବାତ୍ୟା ସୁନ୍ଦରବନ ଅଞ୍ଚଳରେ ଧ୍ୱଂସ ରଚିବା ପରେ ସେଠାକାର ଲୋକେ ସବୁ ହରାଇଥିଲେ। ପରେ ସେଠାକାର ଏକ ଗାଁକୁ ଆୟୁଷ ରିଲିଫ କାର୍ଯ୍ୟରେ ଯାଇ ଲୋକମାନଙ୍କ ଦୁଃଖ ଦେଖି ସେମାନଙ୍କୁ ରୋଜଗାର ଯୋଗାଇ ଦେବାର ନିଷ୍ପତ୍ତି ନେଇଥିତ୍ଲେ। ‘ସୁଇଟ୍‌ନେସ ଅଫ୍‌ ଏଥିତ୍କ୍‌’ ନାମକ ସଂସ୍ଥା ଗଠନ କରି ସେ ଏହି କାର୍ଯ୍ୟ କରୁଛନ୍ତି। ଏହି ସଂସ୍ଥାରେ ଏବେ ୧୦୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନେ ଏହି ଅଞ୍ଚଳରେ ୧୨୫୦ଟି ଘର ମରାମତି ମଧ୍ୟ କରିଛନ୍ତି।