ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ ବହୁ ସମୟରେ ଆମମାନଙ୍କର ଚିନ୍ତା ବଢ଼ାଇ ଦେଉଥିବାବେଳେ ଏହାର ରିସାଇକ୍ଲିଂ ପ୍ରୋସେସର ଅଭିନବ ପଦ୍ଧତି ଆମକୁ କିଛିଟା ସାନ୍ତ୍ୱନା ଦେଉଛି। ଏଭଳି ଏକ ଉପାୟ ନେଇ ଆସିଛନ୍ତି ଜୋରଓ୍ବାର ପୁରୋହିତ ଓ ତାଙ୍କର ତିନି ବନ୍ଧୁ। ସେମାନେ ୫ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ଏକ ହୋଟେଲ ନିର୍ମାଣ କରିିଛନ୍ତି। ଜୋରାଓ୍ବାର ତାଙ୍କ ତିନି ବନ୍ଧୁ ଅଖିଲ ବର୍ମା, ଆଦିତ୍ୟ ବର୍ମା ଓ ରୋହିତ ପାଠକଙ୍କ ସହ ମିଶି ଆଉଟବ୍ୟାକ୍‌ ହାଭେଲକ୍‌ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି ହୋଟେଲ ନିର୍ମାଣ କରିଛନ୍ତି। ଆଣ୍ଡାମାନରେ ୨୦୧୨ରେ ଜୋରଓ୍ବାର ଜଣେ ଡାଇଭିଂ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରୁଥିତ୍ଲେ। ଏଠାରେ ପ୍ଲାଷ୍ଟିକ ରିସାଇକ୍ଲିଂ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ଧାରଣା ତାଙ୍କ ମୁଣ୍ଡକୁ ଆସିିଥିଲା। ୨୦୧୭ରେ ଜୋରଓ୍ବାର ଆଣ୍ଡାମାନରୁ ୫ ଲକ୍ଷରୁ ଊଦ୍ଧ୍ୱର୍ର୍ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ଫ୍ରେଞ୍ଚ ଆର୍କିଟେକରେ ହୋଟେଲ ନିର୍ମାଣ କରିଛନ୍ତି। ପ୍ଲାଷ୍ଟିକ ବୋତଲରେ ବାଲି ଓ ଡଷ୍ଟ ଭର୍ତ୍ତିକରି ତାହାକୁ ବ୍ୟବହାର କରିଛନ୍ତି। ଏହା ଇଟାଠାରୁ ୧୦ ଗୁଣ ମଜଭୁତ ବୋଲି କହନ୍ତି ଜୋରଓ୍ବାର। ଏହା ମଧ୍ୟ ଓ୍ବାଟର ରେଜିଷ୍ଟାଣ୍ଟ। ଏହି ସବୁ ବୋତଲଗୁଡ଼ିକୁ ଆଣ୍ଡାମାନର ବିଭନ୍ନ ଡମ୍ପିଂୟାର୍ଡରୁ ସଂଗ୍ରହ କରାଯାଇଛିି। କେବଳ ଏତିକି ନୁହେଁ ୫୦୦ କେ.ଜି. ରବର ବର୍ଜ୍ୟ ସଂଗ୍ରହ କରି ତାହାକୁ ଘର ନିର୍ମାଣରେ ଲଗାଇଛନ୍ତି ଏମାନେ। ଏହାକୁ ରିଜର୍ଟରେ ଫୁଟପାଥ କରିବାରେ ଉପଯୋଗ କରାଯାଇଛିି। ଏହି ରିଜର୍ଟରେ ୮ଟି ବିଳାସମୟ ରୁମ୍‌ ଓ ୬୦ ଶିଟ୍‌ ବିଶିଷ୍ଟ କାଫେ ରହିଛି। ଏହି ହୋଟେଲରେ ଅର୍ଗାନିକ କିଚେନ୍‌ ରହିଛି, ଯେଉଁଠି ପର୍ଯ୍ୟଟକମାନେ ରୋଷେଇ କରିବାର ସୁବିଧା କରାଯାଇଛି।