ଏଇ ଭାରତରେ

ଶ୍ରୀନଗରର ଡାଲ୍‌ ହ୍ରଦରେ ରହି ନୌକା ଚଳାଇ ପେଟ ପୋଷୁଥିବା ତାରିକ ଅହମ୍ମଦ ପାଟଲୋ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କ ମନୋବଳ ହରାଇ ନାହାନ୍ତି, ବରଂ ସୁସ୍ଥ ହେବା ପରେ ରୋଗୀମାନଙ୍କ ପାଇଁ ତାଙ୍କ ନୌକାକୁ ଏକ ଆମ୍ବୁଲାନ୍ସ କରିଦେଇଛନ୍ତି। କୋଭିଡ ସଂକ୍ରମିତ ହେବା ପରେ ସେ ହସ୍ପିଟାଲ ଯିବାରେ ଭୋଗିଥିବା ସମସ୍ୟା ଯେପରି ଆଉ କାହା ଭାଗ୍ୟରେ ନଆସୁ , ତାହା ଚିନ୍ତା କରି ସେ ଏଭଳି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଶ୍ରୀନଗରସ୍ଥିତ ‘ସତ୍ୟରେଖା ଟ୍ରଷ୍ଟ’ର ପ୍ରତିଷ୍ଠାତା ଡ.ନିବେଦିତା ପି.ହରନ ତାଙ୍କୁ ଏଥିତ୍ପାଇଁ ସହଯୋଗ କରିଛନ୍ତି। ସେଠାକାର ଲୋକମାନେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ସେ ଏହି ସେବା ଆରମ୍ଭ କରିଛନ୍ତି ଓ ରୋଗୀମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ବି ତା’ମଧ୍ୟରେ ରଖିଛନ୍ତିି। କେବଳ କୋଭିଡ ରୋଗୀ ଯିବା ଲାଗି ନୁହେଁ ଅନ୍ୟ ରୋଗୀମାନେ ବି ଏଥିତ୍ରେ ନେଉଛନ୍ତି। ଏହି ଆମ୍ବୁଲାନ୍ସରେ ପ୍ରାୟ ୧୨ ଜଣ ଯିବାର ସୁବିଧା ଅଛି।