ଏଇ ଭାରତରେ

ଆସାମର ଦିସ୍‌ପୁରରେ ଥିବା ଅକ୍ଷର ଫୋରମ୍‌ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ପାଖାପାଖି ୧୧୦ ପିଲା ପଢୁଥିବା ବେଳେ ଏମାନେ ସ୍କୁଲ ଫି ବାବଦରେ ପ୍ଲାଷ୍ଟିକ୍‌ର ବର୍ଜ୍ୟବସ୍ତୁ ଦାଖଲ କରିଥାଆନ୍ତି। ପ୍ରତି ସପ୍ତାହରେ ପିଲାଙ୍କୁ ବର୍ଜ୍ୟ ପ୍ଲାଷ୍ଟିକ୍‌ଗୁଡିକୁ ଏକ ଥଳିରେ ଆଣିବାକୁ ପଡ଼ିଥାଏ। ଏହାକୁ ସ୍କୁଲ ଘର, ଶୌଚାଳୟ ଓ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଛି। ନ୍ୟୁୟର୍କରେ ରହୁଥିବା ପାରମିତା ଶର୍ମା ଓ ତାଙ୍କ ସ୍ବାମୀ ମଜିନ ମୁଖ୍‌ତାର ଏହି ସ୍କୁଲ ନିର୍ମାଣ କରିଥିଲେ। ପ୍ରଥମେ ସେ ଏଠାରେ ପଢୁଥିବା ପିଲାଙ୍କୁ ମାଗଣାରେ ପଢାଉଥିଲେ। ପରେ ପ୍ଲାଷ୍ଟିକ୍‌ଜନିତ ପ୍ରଦୂଷଣକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଦିସ୍‌ପୁରରେ ପାଖାପାଖି ୧୦ ଲକ୍ଷ ଲୋକ ରହୁଥିବା ବେଳେ ଏଠାରେ ପ୍ରତିଦିନ ୩୭ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥାଏ। ପୂର୍ବରୁ ଏଠାକାର ଲୋକେ ପ୍ଲାଷ୍ଟିକ୍‌କୁ ପୋଡ଼ି ଦେଉଥିବାରୁ ପରିବେଶ ପ୍ରଦୂଷଣର ମାତ୍ରା ବଢ଼ି ଯାଉଥିଲା। ଏବେ କିନ୍ତୁ ଏହାର ପୁନଃବ୍ୟବହାର ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି।