ଏଇ ଭାରତରେ

ଦିବ୍ୟାଙ୍ଗ ହେଲେ ବି ସେ ପାରଙ୍ଗମ। କଳାକୃତିକୁ ନେଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି ଦିବ୍ୟାଙ୍ଗ ଜଣକ ହେଉଛନ୍ତି କେରଳର ସ୍ବପ୍ନା ଅଗଷ୍ଟାଇନ। ତାଙ୍କର ଦୁଇ ହାତ ନାହିଁି। ଜୀବନର ସବୁ ଆହ୍ବାନକୁ ମୁକାବିଲା କରି ଗୋଡ଼ରେ ଚିତ୍ର ଆଙ୍କି ସେ ବିଶ୍ୱରେ ନିଜକୁ ଜଣେ ସଫଳ ଦିବ୍ୟାଙ୍ଗ ଆର୍ଟିଷ୍ଟ ଭାବେ ପ୍ରତିପାଦିତ କରିପାରିଛନ୍ତି। ଏର୍ନାକୁଲମ୍‌ର ପେଙ୍ଗୋଟୋରର ଏକ କୃଷକ ପରିବାରରେ ସ୍ବପ୍ନା ଜନ୍ମ ହୋଇଥିତ୍ଲେ। ତାଙ୍କର ଧାରଣା ଥିଲା ଯେ ବୟସ ବଢ଼ିଲେ ହାତ ବଢ଼ିବ, କିନ୍ତୁ ତାହା ନ ହେବାରୁ ସେ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଦେଲେ। ତାଙ୍କୁ ୬ ବର୍ଷ ବୟସରେ ସ୍କୁଲରେ ନାମ ଲେଖାଇବା ପରେ ସେ ପ୍ରଥମେ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ସେବେଠାରୁ ଆଉ ସେ ଅଟକି ନାହାନ୍ତି। ପରେ ସ୍ବପ୍ନା ମାଉଥ୍‌ ଆଣ୍ଡ ଫୁଟ୍‌ ପେଣ୍ଟିଂ ଆର୍ଟିଷ୍ଟରେ ଯୋଗ ଦେଇ ବିଶ୍ୱ ସ୍ତରରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି। ଏଥିପାଇଁ ସେ ଢେର ପୁରସ୍କାର ଓ ପ୍ରଶଂସା ପାଇଛନ୍ତି।