ଏଇ ଭାରତରେ

ଜଣେ ପୋଲିସ ଅଧିକାରୀ ଚାକିରି ଛାଡ଼ି ଚନ୍ଦନ ଚାଷକୁ ଆପଣାଇ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ କୃଷକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଉକତ୍ୃଷ୍ଟ ପାଣ୍ଡେ। ସେ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ଭାରତ-ନେପାଳ ସୀମାରେ କାର୍ଯ୍ୟ କରୁଥିଲେ। ଉକତ୍ୃଷ୍ଟ ସାଢ଼େ ୫ ବର୍ଷ କାର୍ଯ୍ୟ କରିବା ପରେ ୩୬ ବର୍ଷ ବୟସରେ ଚାକିରି ଛାଡ଼ି ଚନ୍ଦନ ଚାଷରେ ଲାଗିଛନ୍ତି। ମାର୍ସେଲୋନ ଆଗ୍ରୋଫାର୍ମ ସଂସ୍ଥା ଦ୍ୱାରା ସେ ଏହି ଚାଷ କରୁଛନ୍ତି। ଚନ୍ଦନ ସହ ଉକତ୍ୃଷ୍ଟ କଳା ହଳଦୀ, କଳାଲୁଣ ଧାନ ଏବଂ କସ୍ତୁରୀ ଧାନ ଚାଷ କରୁଛନ୍ତି। ଏସବୁ ଜୈବିକ ପଦ୍ଧତିରେ କରାଯାଉଛି। ଏହା ସହ ସେ ଧଳା ଚନ୍ଦନର ଏକ ନର୍ସରି କରି ଅନ୍ୟ କୃଷକମାନଙ୍କୁ ଚାରା ଯୋଗାଇଦେଉଛନ୍ତି। ଗଛର ଯନତ୍ ନେବା ଲାଗି ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଉକତ୍ୃଷ୍ଟ କହନ୍ତି,୧୫ ବର୍ଷପରେ ଗୋଟିଏ ଚନ୍ଦନ ଗଛରୁ ୬୦ କେ.ଜି. ହାର୍ଡ ଚନ୍ଦନ ମିଳୁଛି ଓ କେ.ଜି.ପ୍ରତି ୧୦,୦୦୦ ଟଙ୍କାରେ ବିକ୍ରି କରାଯାଉଛି। ଏବେ ତାଙ୍କର ଏହି ଚାଷ ପଦ୍ଧତିକୁ ଆଖପାଖର କୃଷକମାନେ ଆପଣାଇ ବେଶ୍‌ ଲାଭବାନ୍‌ ହେଉଛନ୍ତି।