ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି ଆଶା କରାଯାଏ। ତେବେ ବର୍ଷା ଆଗମନ ପାଇଁ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। କିନ୍ତୁ ଏଥିପାଇଁ ମହିଳାମାନେ ହଳ କରିବା କଥା ନିଆରା ନିଶ୍ଚୟ। ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ଉତ୍ତରପ୍ରଦେଶର ଦୋଲପୁରରେ ରାତିରେ ମହିଳାମାନେ ହଳ କରନ୍ତି। ଏହି ପରମ୍ପରା ଏଠାରେ ପୁରାତନ କାଳରୁ ଚଳିଆସୁଛି। ବର୍ଷା ଅଭାବରେ ଏଭଳି କରାଯାଇଥାଏ ବୋଲି ଲୋକେ କୁହନ୍ତି। ଏହାଦ୍ୱାରା ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି। ଏହି ଅଞ୍ଚଳରେ ଅଧିକାଂଶ ସମୟରେ ମରୁଡ଼ି ପଡ଼ିଥାଏ। ତେଣୁ ଲୋକେ ଏଭଳି ପରମ୍ପରା ପାଳନ କରିଆସୁଛନ୍ତି। ମହିଳାମାନେ ହଳ କରିବା ସମୟରେ ଭକ୍ତି ସଙ୍ଗୀତ ଗାନ କରନ୍ତି। ସେହିପରି ବୁନ୍ଦେଲଖଣ୍ଡ, ଗୁଜରାଟର ନିମାର ଅଞ୍ଚଳରେ ଥିବା ଖରଗାଓଁରେ ମଧ୍ୟ ମହିଳାମାନେ ଏଭଳି କରିଥାନ୍ତି। ରାତିରେ ହଳ କରିବା ସମୟରେ ମହିଳା ତଥା ପ୍ରାପ୍ତବୟସ୍କା ଯୁବତୀ ମୁଣ୍ଡରେ ଓଢ଼ଣା ଦେଇ ନ ଥାନ୍ତି। ଏହା ଦ୍ୱାରା ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି।