ଏଇ ଭାରତରେ

ବହୁ ସମୟରେ ପେସା ଅପେକ୍ଷା ଜଣେ ବ୍ୟକ୍ତିର କାର୍ଯ୍ୟ ପ୍ରତି ନିଶା ତାକୁ ଏକ ସ୍ବତନ୍ତ୍ର ପରିଚିତି ଦେଇଥାଏ। ଏଭଳି ବ୍ୟକ୍ତି ହେଉଛନ୍ତି କେରଳର ଇଞ୍ଜିନିୟର ଏଜିକିଲ ପୌଲୋସେ। ସ୍ଥପତି ଭାବେ କାର୍ଯ୍ୟରତ ପୌଲୋସେ ସେଥିରୁ ସମୟ ବାହାର କରି ୫୦୦ ପ୍ରକାର ଓଷଧୀୟ ବୃକ୍ଷ ସଂଗ୍ରହ କରି ଘରେ ରଖିଛନ୍ତି। ଘର ଓ ତା’ଚାରିପାଖ ଓଷଧୀୟ ଗଛର ବଗିଚା ପାଲଟିଯାଇଛି। ଏହି ବଗିଚା ୪ ଏକର ଜମିରେ କରିଛନ୍ତି। ପୌଲୋସେଙ୍କୁ ବୟସ ଏବେ ୪୦। ୧୫ ବର୍ଷ ପୂର୍ବରୁ ସେ ଓଷଧୀୟ ଗଛ ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେ ଯେଉଁଆଡେ କାମ କରିବାକୁ ଯାଆନ୍ତି ସେହିସବୁ ଅଞ୍ଚଳରୁ ଗଛ ସଂଗ୍ରହ କରିଥାନ୍ତି କିମ୍ବା କିଣିଆଣନ୍ତି। ବଗିଚା ଦେଖାରଖା କାର୍ଯ୍ୟରେ ତାଙ୍କ ପରିବାର ସଦସ୍ୟମାନେ ସାହାଯ୍ୟ କରୁଛନ୍ତି। ପୌଲୋସେ କହନ୍ତି, ପରିବାର ତିନି ପିଢ଼ି ହେଲା ଚାଷ କରୁଥିବାରୁ କୃଷି ପ୍ରତି ଆକର୍ଷଣ ରହିଥିଲା, ଯାହା ତାଙ୍କୁ ଏହି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା ।