ଏଇ ଭାରତରେ

ମାତ୍ର ୧୩ ବର୍ଷ ବୟସରେ ନସିମା ଗୈନ୍‌ଙ୍କୁ ତାଙ୍କ ପରିବାର ଲୋକେ ବିହାରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ପରେ ସେହି ଝିଅର ସଂଗ୍ରମୀ ଜୀବନ ଓ ସେବା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା। ନସିମାଙ୍କ ସହ ତାଙ୍କର କେତେଜଣ ସାଙ୍ଗଙ୍କୁ ୨୦୦୯ରେ ବିକ୍ରି କରିଦିଆଯାଇଥିଲା। ସେ ଆଉ କେବେ ବି ଘରକୁ ଫେରିପାରିବେ ନାହିଁ ବୋଲି ଜାଣିବା ପରେ ଭାଙ୍ଗିପଡ଼ିଥିଲେ। ନସିମାଙ୍କୁ ଜଣେ ପ୍ରାଧ୍ୟାପକଙ୍କ ଘରେ କାମ କରିବାରେ ନିୟୋଜିତ କରାଯାଇଥିଲା। ସେଠାରେ ସେ ସେହି ପ୍ରାଧ୍ୟାପକଙ୍କୁ ସବୁ କଥା କହିବା ପରେ ତାଙ୍କୁ ଓ ସାଙ୍ଗମାନଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା। ପରେ ସେ ଓ ତାଙ୍କ ଭଳି ଉଦ୍ଧାର ହୋଇଥିବା କେତେଜଣ ଝିଅ ମିଶି ୨୦୧୬ରେ ଉତ୍ଥାନ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଝିଅମାନଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ପ୍ରଶିକ୍ଷଣ ବ୍ୟବସ୍ଥା କଲେ। ପରେ ନସିମା ଓ ତାଙ୍କ ସାଥୀମାନେ ସାରା ଦେଶରୁ ତାଙ୍କ ଭଳି ପୀଡ଼ିତାଙ୍କ ସହ ମିଶି ‘ଇଲ୍‌ଫାତ୍‌’ ଫୋରମ ଗଠନକରି ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି। ସେ ଏହା ମାଧ୍ୟମରେ ଏବେ ସୁଦ୍ଧା ୪୦୦୦ ଜୀବନ ଗଢ଼ିସାରିଲେଣି ।