ଏଇ ଭାରତରେ

ଏବେ ପରିବେଶ ସୁରକ୍ଷା ଲାଗି ଅନେକ ନୂତନ ପଦ୍ଧତି ଗ୍ରହଣ କରାଯାଉଥିବା ବେଳେ ତାମିଲନାଡୁର ବାପ ଓ ଝିଅ ମିଶି ପ୍ଲାଷ୍ଟିକ ବୋତଲରୁ ଫ୍ୟାଶନେବଲ ଡ୍ରେସ୍‌ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। କେ. ଶଙ୍କର ଓ ତାଙ୍କ ଝିଅ ସେନ୍ଥିଲ ପ୍ଲାଷ୍ଟିକ୍‌ ବୋତଲ ରିସାଇକେଲ କରି ସେଥିରୁ ବିଭିନ୍ନ ଡିଜାଇନର ଜ୍ୟାକେଟ, ବ୍ଲେଜର, ଟି-ଶାର୍ଟ ଓ ବୋତାମ ତିଆରି କରୁଛନ୍ତି। ଏଥିପାଇଁ ସେମାନେ ଶ୍ରୀରଙ୍ଗା ପଲିମର୍ସ କମ୍ପାନୀ ପ୍ରତିଷ୍ଠା କରି ପ୍ରତିଦିନ ୧୫ ଲକ୍ଷ ପ୍ଲାଷ୍ଟିକ୍‌ ବୋତଲ ରିସାଇକେଲ କରୁଛନ୍ତି। କେ.ଶଙ୍କର ଆଇଆଇଟିରୁ ଡିଗ୍ରୀ ହାସଲ କରି ଚାକିରି କରିଥିଲେ ା ପରେ ୨୦୦୮ରେ ତାହାକୁ ଛାଡ଼ି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରଥମେ ଏହି କମ୍ପାନୀ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲା। କିନ୍ତୁ ୨୦୨୧ରେ ସେନ୍ଥିଲ ‘ଇକୋଲାଇନ’ ପୋଷାକ ବ୍ରାଣ୍ଡ୍‌ ଆରମ୍ଭ କରିଥିଲେ। ଏବେ ଏହି ବ୍ରାଣ୍ଡ୍‌ରେ ସେ ପୋଷାକ ବିକ୍ରି କରୁଛନ୍ତି। କମ୍ପାନୀ ଦେଶରେ ୫୦ ହଜାର ଲୋକଙ୍କୁ ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରିବାରେ ଲଗାଇଛି। କେବଳ ପୋଷାକ ତିଆରି କରିବାରେ ଏବେସୁଦ୍ଧା ୫୦ ଲକ୍ଷ ପ୍ଲାଷ୍ଟିକ ବୋତଲ ରିସାଇକେଲ କରାଯାଇସାରିଲାଣି। ୮ଟି ବୋତଲରୁ ଟି-ଶାର୍ଟ,୨୦ଟି ବୋତଲରୁ ଜ୍ୟାକେଟ ତିଆରି ହୋଇପାରୁଛି। ଇକୋଲାଇନ ବ୍ରାଣ୍ଡର ଉପତ୍ାଦର ମୂଲ୍ୟ ୫୦୦ରୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରତି ମାସରେ ଏଥିପାଇଁ ୨୦,୦୦୦ ଅର୍ଡର ମିଳୁଛି।