ଏଇ ଭାରତରେ

ପରିବେଶ ଓ ମାଟି ଉପରେ ଥିବା ରାସାୟନିକ ସାର ଏବଂ କୀଟନାଶକର ନକାରାମତ୍କ ପ୍ରଭାବକୁ ରୋକିବା ପାଇଁ ଜଣେ ଗବେଷକଙ୍କ ପ୍ରଚେଷ୍ଟା ଏକ ଉଦାହରଣ ସୃଷ୍ଟି କରିଛି। ଏଗ୍ରିକଲଚର ଏଣ୍ଟୋମୋଲୋଜିଷ୍ଟ ସଙ୍ଗୀତା ସାଓ୍ବାଲାଖେ ବିକଳ୍ପ ଜୈବ ସାର ଓ କୀଟନାଶକ ପ୍ରସ୍ତୁତ କରି ୩ ଦଶନ୍ଧି ମଧ୍ୟରେ ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ୧୦,୦୦୦ରୁ ଅଧିକ କୃଷକଙ୍କୁ ସାହାଯ୍ୟ କରୁଛନ୍ତି। ଏତେ ସଂଖ୍ୟକ କୃଷକଙ୍କୁ ଜୈବ କୃଷି ପ୍ରତି ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ସଙ୍ଗୀତା ବିଦର୍ଭ ବାୟୋଟେକ୍‌ ଲିମିଟେଡ ଗଠନ କରି ତା’ ମାଧ୍ୟମରେ ଏହି ଜୈବସାର ଓ କୀଟନାଶକ ତିଆରି କରୁଛନ୍ତି। ଏସବୁ ପ୍ରୟୋଗ କରିବା ଦ୍ୱାରା କୃଷକମାନଙ୍କ ଉପତ୍ାଦନ ବଢ଼ିବା ସହ ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ସବୁଠୁ ବଡ଼ କଥା ହେଉଛି, କୃଷକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ସେହି ଅଞ୍ଚଳରେ କୃଷକ ଆମତ୍ହତ୍ୟା କମିଛି। ତାଙ୍କ ଦ୍ୱାରା ପ୍ରସ୍ତୁତ ଜୈବିକ ସାର ଓ କୀଟନାଶକର ମୂଲ୍ୟ ୨୫୦ରୁ ୪୦୦ ଟଙ୍କା ରହୁଛି।