ଏଇ ଭାରତରେ

ବାଇକିଂକୁ ଭଲ ପାଇଲେ ବି ମହିଳା ସଶକ୍ତୀକରଣରେ ରହିଛି ଜୟ ଭାରତୀଙ୍କ ଆନନ୍ଦ। ହାଇଦ୍ରାବାଦ ନିବାସୀ ଭାରତୀ ୨୦୧୩ରୁ ୧ ଲକ୍ଷ କି.ମି. ଡ୍ରାଇଭ କରିସାରିଲେଣି।
ଅନ୍ୟପକ୍ଷରେ ୨୦୧୯ରେ ଏମ୍‌ଓଡବ୍ଲ୍ୟୁଓ ନାମକ ସାମାଜିକ ଅଭିଯାନ ଆରମ୍ଭ କରି ତା’ ମାଧ୍ୟମରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ୩୦୦୦ରୁ ଅଧିକ ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିପାରିଛନ୍ତି। ମହିଳାମାନଙ୍କୁ ମାଗଣାରେ ବିଶେଷକରି ଦୁଇଚକିଆ ଓ ତିନିଚକିଆ ଯାନ (ଅଟୋ) ଡ୍ରାଇଭିଂ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରି ରୋଜଗାରର ବାଟ ଦେଖାଉଛନ୍ତି। ଏପରି କି ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ଅନ୍ୟ ମହିଳାମାନଙ୍କୁ ମଧ୍ୟ ଚାକିରି ପାଇବାରେ ସାହାଯ୍ୟ କରୁଛନ୍ତି। ସେ ୫ ଲକ୍ଷ ଟଙ୍କାରେ ଏମ୍‌ଓଡବ୍ଲ୍ୟୁଓ ଅଭିଯାନ ଆରମ୍ଭ କରି ତେଲଙ୍ଗାନା ସରକାରଙ୍କ ସହଯୋଗରେ ୧ ଏକର ଜମିରେ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା କରିଥିଲେ। ମହିଳାମାନେ ୧୫ରୁ ୨୦ ଦିନରେ ଡ୍ରାଇଭିଂ ଶିଖିଯାଉଛନ୍ତି।