ଏଇ ଭାରତରେ

ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳଠାରୁ ଆରମ୍ଭ କରି କୃଷି ପାଇଁ ହ୍ରଦର ଆବଶ୍ୟକତା ବେଶି। ସେଥିପାଇଁ ସଙ୍ଗେ ଲାମା ସିକିମର ସିମ୍‌ଗୋ ହ୍ରଦକୁ ବର୍ଜ୍ୟମୁକ୍ତ କରି ତାହାକୁ ବ୍ୟବହାର ଯୋଗ୍ୟ କରିପାରିଛନ୍ତି। ହ୍ରଦରେ ମିଲ୍କ କାର୍ଟୁନଠାରୁ ଆରମ୍ଭ କରି ସ୍ନାକ୍ସ ପ୍ୟାକେଟ,ବିସ୍କୁଟ ଜରି, ପ୍ଲାଷ୍ଟିକ ବୋତଲ ଭର୍ତ୍ତି ହୋଇ ରହିଥିଲା। ଏହା ବ୍ୟତୀତ ଆଖପାଖର ସ୍ବେରେଜ ଜଳ ମଧ୍ୟ ଏଥିରେ ମିଶି ପାଣିକୁ ବିଷାକ୍ତ କରିଦେଇଥିଲା। ତଥାପି ଆଖପାଖର ୨୭୦ଟି ପରିବାର ଏଭଳି ଜଳକୁ ବ୍ୟବହାର କରୁଥିଲେ। ଏହା ଲକ୍ଷ୍ୟ କରି ସଙ୍ଗେ ଲାମା ହ୍ରଦର ପୁନରୁଦ୍ଧାର ଆରମ୍ଭ କରିଥିଲେ। ସେ ବନ ବିଭାଗ ଅଧିକାରୀ, ଦୋକାନ ମାଲିକ ଏବଂ ଗ୍ରାମ ପଞ୍ଚାୟତକୁ ନେଇ ‘ସିମ୍‌ଗୋ ପୋଖରୀ ସଂରକ୍ଷଣ ସମିତି’ ଗଠନ କରିଥିଲେ। ଏହା ମଧ୍ୟରେ ସେ ଦୋକାନୀଙ୍କ ଠାରୁ ବର୍ଜ୍ୟ ସଂଗ୍ରହ କରି ତାହାକୁ ଡମ୍ପିଂୟାର୍ଡକୁ ନେବାର ବ୍ୟବସ୍ଥା କରିବା ସହ ତାହାକୁ ରିକଭରି ସେଣ୍ଟରକୁ ପଠାଉଛନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରିବା ଲାଗି ଷ୍ଟିଲ୍‌ ଗ୍ଲାସ୍‌ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ଅଭିଯାନ ଦ୍ୱାରା ଏବେ ହ୍ରଦର ଜଳ ପ୍ରଦୂଷଣ ମୁକ୍ତ ହୋଇଯାଇଛି ଓ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି।