ଏଇ ଭାରତରେ

ବେଳାଭୂମି ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରିବାରେ ଲିସ୍‌ବନ ଫେରାଓଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେ ମୁମ୍ବାଇ ବିଚ୍‌ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଫା କରିବା ଲାଗି ‘ବସାଇ ବିଚ୍‌ କ୍ଲିନ୍‌ର’ ଅଭିଯାନ ଆରମ୍ଭ କରିଛନ୍ତି। ବିଚ୍‌ରେ ପିଲାମାନେ ବାଲି ବଦଳରେ ପ୍ଲାଷ୍ଟିକ୍‌ରେ ଖେଳୁଥିବା ଦେଖିବା ପରେ ସେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅଭିଯାନରେ ସେ ଯୁବ ପରିବେଶପ୍ରେମୀଙ୍କୁ ଉତ୍ସାହିତ କରିପାରିଛନ୍ତି । ଫେରାଓ ଓ ତାଙ୍କ ଟିମ୍‌ ସପ୍ତାହାନ୍ତରେ ମୁମ୍ବାଇ ବିଚ୍‌ରୁ ବର୍ଜ୍ୟ ସଫା କରୁଛନ୍ତି। ଟିମ୍‌ର ଅନେକ ସଦସ୍ୟ କର୍ମଜୀବୀ ହୋଇଥିବାରୁ ସେମାନେ ଏଭଳି ପଦ୍ଧତି ଅବଲମ୍ବନ କରୁଛନ୍ତି। ଏବେସୁଦ୍ଧା ସେମାନେ ୬୫୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିସାରିଲେଣି। ଏସବୁ ବର୍ଜ୍ୟ ଭିତରେ ରହିଛି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ କପ୍‌, କ୍ଷୀର ପ୍ୟାକେଟ, ମାଛଧରା ଜାଲ, ବ୍ୟାଗ୍‌ପ୍ୟାକ୍‌ ଓ ସିମେଣ୍ଟ ବ୍ୟାଗ୍‌ ଇତ୍ୟାଦି। ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିବା ପରେ ତାହାକୁ ରିସାଇକିଲିଂ ସେଣ୍ଟରକୁ ପଠାଉଛନ୍ତି। ଲଗାତର ବିଚ୍‌କୁ ପ୍ରଦୂଷଣ କରୁଥିବା ବ୍ୟକ୍ତିମାନଙ୍କ ଆହ୍ବାନକୁ ସାମ୍ନା କରି ସେ ଏହି ଅଭିଯାନ ଜାରି ରଖିବା ସହ ପ୍ରଦୂଷଣମୁକ୍ତ ବିଚ୍‌ ଲାଗି ଲୋକମାନଙ୍କୁ ସଚେତନ କରାଉଛନ୍ତି।