ଏଇ ଭାରତରେ

ଏ ହେଉଛି ନୂତନ ଭାରତ, ଯେଉଁଠି ଲୋକେ ଏବେ ବି ହାତରେ ମଳ ସଫା କରୁଛନ୍ତି, ଜାତି ବ୍ୟବସ୍ଥାରେ ସମାନତାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମସ୍ୟା ବ୍ୟଥିତ କରିଛି ବିହାରର ରାମପୁରରେ ଜନ୍ମିତ ବିନ୍ଦେଶ୍ୱର ପାଠକଙ୍କୁ। ସେ ସମାନତା ଲାଗି ଲଢେଇ କରୁଛନ୍ତି, ହାତରେ ମଳ ସଫା କରିବା ପଦ୍ଧତିକୁ ଶେଷ କରିବା ଲାଗି ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ବିନ୍ଦେଶ୍ୱର ସୁଲଭ ସାନିଟେଶନ ମୁଭମେଣ୍ଟ ଆରମ୍ଭ କରିବା ସହ ସୁଲଭ ଇଣ୍ଟରନ୍ୟାଶନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେଶନ ପ୍ରତିଷ୍ଠା କରିଛନ୍ତି। ପ୍ରାୟ ୫ ଦଶନ୍ଧି ପୂର୍ବରୁ ସେ ହାତରେ ମଳ ସଫା କରିବା ପ୍ରକ୍ରିୟାକୁ ଶେଷ କରିବା ଲାଗି ସୁଲଭ ସାନିଟେଶନ ମୁଭମେଣ୍ଟ ଆରମ୍ଭ କରିଥିଲେ। ସରକାର ପ୍ରତିଘରକୁ ପାଇଖାନା ଯୋଗାଇ ଦେବା ଯୋଜନା କରିବା ପୂର୍ବରୁ ସେ ଭାରତରେ ଲୋକଙ୍କ ଘରେ ପାଇଖାନ ନିର୍ମାଣ କରିବା ଆରମ୍ଭ କରିସାରିଥିଲେ। ୨୦୨୧ ସୁଦ୍ଧା ସେ ତାଙ୍କ ସଂସ୍ଥା ମାଧ୍ୟମରେ ୧.୫ ମିଲିୟନ ପରିବାରରେ ପାଇଖାନା ତିଆରି କରିସାରିଛନ୍ତି। କେବଳ ଏତିକି ନୁହେଁ, ଏହି ଅଭିଯାନରେ ସେ ବଞ୍ଚିତ ତଥା ହାତରେ ମଳ ସଫା କରୁଥିବା ସମୁଦାୟ ୫୦,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିଛନ୍ତି।