ଏଇ ଭାରତରେ

ସରକାରୀ ସ୍କୁଲଗୁଡ଼ିକର କ୍ଲାସ୍‌ରୁମ୍‌କୁ ଡିଜିଟାଲ ହବ୍‌ କରିବାରେ ଅଭିଷେକ ଦୁବେଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଗ୍ବାଲିୟର ଜନ୍ମିତ ଅଭିଷେକ ୨୦୧୭ରେ ‘ମୁସ୍କାନ ଡ୍ରିମ୍‌’ ନାମକ ଏନ୍‌ଜିଓ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହା କରୁଛନ୍ତି। ଏବେ ସେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ୧,୦୦୦ ସରକାରୀ ସ୍କୁଲରେ ଡିଜିଟାଲ କ୍ଲାସ୍‌ରୁମ୍‌ରେ ଆନିମେଟେଡ୍‌ ଏନ୍‌ସିଆର୍‌ଟି ପାଠ୍ୟକ୍ରମ ସାମିଲ କରି ପିଲାଙ୍କୁ ପଢ଼ାଉଛନ୍ତି। ଅଭିଷେକ ଏବଂ ତାଙ୍କ ୨୦୦ ଜଣିଆ ଟିମ୍‌ ଗଣିତ, ବିଜ୍ଞାନ ସମେତ ଇଂଲିଶ ମଧ୍ୟ ପଢ଼ାଉଛନ୍ତି। ୨୦୧୬ରୁ ଆରମ୍ଭ କରିଥିବା ଏହି ଅଭିଯାନରେ ସେ ଏବେସୁଦ୍ଧା ୧ ଲକ୍ଷ ପିଲାଙ୍କୁ ଯୋଡ଼ିସାରିଲେଣି। ଆନିମେଟେଡ ଡିଜିଟାଲ କ୍ଲାସ୍‌ ମାଧ୍ୟମରେ ସରକାରୀ ସ୍କୁଲର ଗରିବ ପିଲାମାନେ ବେଶି ଉପକୃତ ହେଉଛନ୍ତି। ପ୍ରଥମେ ଡିଜିଟାଲ କ୍ଲାସ୍‌ ଆରମ୍ଭ କରିବା ସମୟରେ ମାତ୍ର ୭୯ ଛାତ୍ର ଥିଲେ ଏବଂ ପରେ ୩ ରାଜ୍ୟରେ ୧ ଲକ୍ଷରେ ପହଞ୍ଚତ୍ଲାଣି। ତେବେ ୨୦୨୫ ସୁଦ୍ଧା ୧୦ ଲକ୍ଷ ପିଲାଙ୍କୁ ଡିଜିଟାଲ ହବ୍‌ରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ଅଭିଷେକ।