ଏଇ ଭାରତରେ

ପରିବେଶ ପ୍ରଦୂଷଣ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ପକ୍ଷୀବଂଶ ଲୋପ ପାଉଥିବାବେଳେ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ନିଆରା ଉପାୟ ଆପଣାଇଛନ୍ତି ପଞ୍ଜାବର ଶିକ୍ଷକ ଗୁରୁପ୍ରୀତ୍‌ ସିଂ। ସେ ପକ୍ଷୀମାନଙ୍କ ପାଇଁ ଗଛ ଲଗାଉଛନ୍ତି ଓ ମାଟିରେ ୩୦,୦୦୦ ବସା ନିର୍ମାଣ କରି ସେଗୁଡ଼ିକରେ ପକ୍ଷୀ ରହିବାର ବ୍ୟବସ୍ଥା କରୁଛନ୍ତି। ଗୁରୁପ୍ରୀତ୍‌ ପକ୍ଷୀ ସଂଖ୍ୟା ହ୍ରାସକୁ ଲକ୍ଷ୍ୟ କରି ପ୍ରଥମେ ଫରିକୋଟ, ଫିରୋଜପୁର ମୁକ୍ତସରରେ ବୃକ୍ଷରୋପଣ ଆରମ୍ଭ କରିଥିଲେ ଓ ଏଥିରେ ଅନେକେ ତାଙ୍କ ସହ ଯୋଗ ଦେଇଥିଲେ। ପରେ ସେ ‘ବାଡର୍‌ସ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ଆର୍ଥ ରିଭାଇଭିଙ୍ଗ ହ୍ୟାଣ୍ଡସ୍‌’ (ବିଇଇଆରଏଚ୍‌) ସଂସ୍ଥା ଗଠନ କରିଥିଲେ। ଏହି ସଂସ୍ଥା ଦ୍ୱାରା ସେ ଲକ୍ଷେରୁ ଅଧିକ ଗଛ ଲଗାଇ ସାରିଲେଣି ଓ ଗଛଗୁଡ଼ିକରେ ବସା ରଖିବାର ବ୍ୟବସ୍ଥା କରୁଛନ୍ତି। ଏହାସହ ଘରେ ଘରଚଟିଆ ରହିବା ଲାଗି ଏଭଳି ବସା ଲଗାଇବାକୁ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି। ଗଛ ଏବଂ ବିଭିନ୍ନ ଜାଗାରେ ରଖାଯାଇଥିବା ୩୦,୦୦୦ ବସାରେ ଏବେ ଶାରୀ, ପେଚା, ବାଇଚଢ଼େଇ, ଶୁଆ, ବୁଲ୍‌ବୁଲ, ପାରା ଆଦି ୧୪ ପ୍ରଜାତିର ଲକ୍ଷାଧିକ ପକ୍ଷୀ ରହୁଛନ୍ତି।