ଏଇ ଭାରତରେ

ଗୁଜରାଟ ଅହମଦାବଦର ମନୀଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ ତିଆରି କରିଛନ୍ତି କ୍ରିକେଟ ବ୍ୟାଟ, ବଲ୍‌ ଓ ଷ୍ଟମ୍ପ। ଜଣେ କ୍ରିକେଟ ଖେଳାଳି ହେବାକୁ ପିଲାବେଳୁ ତାଙ୍କର ଇଚ୍ଛା ଥିଲା। ଏହା ଫଳବତୀ ହୋଇପାରିନାହିଁ। ଅଥଚ ସେ ଶେଷରେ ଜଣେ କ୍ରିକେଟ ପ୍ରଶଂସକ ହୋଇ ଯାଇଛନ୍ତି। ଆଉ ତାଙ୍କର ଏହି ଭଲପାଇବା ଏବେ ଦେଖିବାକୁ ମିଳିଛି ସୁନାରେ ତିଆରି କରିଥିବା କ୍ରିକେଟ ଖେଳ ସହ ସମ୍ପୃକ୍ତ ବିଭିନ୍ନ ଉପକରଣ ଗୁଡିକରେ। ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏସବୁ ତିଆରି କରିଛନ୍ତି। ଏଥିପାଇଁ ୫୦ ଗ୍ରାମ ସୁନା ଲାଗିଛି। ସୁନାରେ ତିଆରି ହୋଇଥିବା ଓ୍ବାର୍ଲଡ କପ୍‌ ବ୍ୟାଟ୍‌ ହେଉଛି ୩ ଇଞ୍ଚ, ୨ ଇଞ୍ଚର ବଲ୍‌ ଓ ଏକ ଇଞ୍ଚର ଷ୍ଟମ୍ପ। ଏ ସବୁକୁ ଦେଖିବାକୁ ଏବେ ମନୀଷ୍‌ଙ୍କ ଘରେ ଲୋକଙ୍କ ଭିଡ ଲାଗିଛି। ଆଉ ଏହାକୁ ନେଇ ସେ ବେଶ୍‌ ଖୁସି ଥିବା ଜଣାପଡ଼ିଛି।