ଏଇ ଭାରତରେ

କୋଟାର ଇଞ୍ଜିନିୟର ଅମରପ୍ରୀତ ସିଂ ‘ଗୌ ଅର୍ଗାନିକ୍ସ’ ନାମକ ଏକ ଡାଏରି ଫାର୍ମ କରି ସେଠାରେ ଉପତ୍ାଦିତ ଦୁଗ୍ଧଜାତୀୟ ଖାଦ୍ୟକୁ ବିଭିନ୍ନ ଦେଶକୁ ରପ୍ତାନି କରୁଛନ୍ତି। ସେଠାରେ ବିଦ୍ୟୁତ୍‌ ଉପତ୍ାଦନ କରି ଫାର୍ମର ୭୦% ଆବଶ୍ୟକତା ପୂରଣ କରୁଛନ୍ତି। ୪୦ କିଲୋ ଓ୍ବାଟ୍‌ର ଦୁଇଟି ବାୟୋଗ୍ୟାସ ପ୍ଲାଣ୍ଟ ମଧ୍ୟ ନିର୍ମାଣ କରିଛନ୍ତି। ଅମରପ୍ରୀତ ୨୦୧୨ରେ ରାଜସ୍ଥାନ ଟେକ୍‌ନିକାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ନ୍ୟାଶନାଲ ଡାଏରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରେ ଶିକ୍ଷା ଶେଷ କରିଥିଲେ। ୨୦୧୫ରେ ଇସ୍ରାଏଲର ତେଲ୍‌ ଆଭିଭ ୟୁନିଭର୍ସିଟିରେ ଡାଏରି ଅଟୋମେଶନରେ ପଢା ଶେଷ କରିବା ପରେ ଭାରତରୁ ଫେରି ତାଙ୍କ ଭାଇଙ୍କ ସହ ଗୋପାଳନ ଆରମ୍ଭ କରିଥିଲେ। ପ୍ରଥମେ ସେ ୨୭ଟି ଗାଈ ରଖିଥିଲେ। ଏବେ ଫାର୍ମରେ ୨୫୦ଟି ଗାଈ ଅଛନ୍ତି। ଏହା ସହ ନିକଟରେ ଥିବା ଚାଷୀମାନଙ୍କୁ ମଧ୍ୟ ତାଙ୍କ ସହ ଯୋଡ଼ିପାରିଛନ୍ତି। ସେମାନେ ଘିଅ, ଲହୁଣି, ଛେନା, ଗୋବର ଖତ ଓ ଜିଆଖତ ବିକ୍ରି କରୁଛନ୍ତି। ଅମରପ୍ରୀତି ମଧ୍ୟ ୫୫ ଜଣ କୃଷକଙ୍କୁ ଏଭଳି ଆଧୁନିକ ଗୋପାଳନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କ ଉପତ୍ାଦିତ ସାମଗ୍ରୀ ଦକ୍ଷିଣ ଆଫ୍ରିକା, କାତାର ଏବଂ ସାଉଦି ଆରବକୁ ପଠାଉଛନ୍ତି। ମୋଟରେ ସେ ବର୍ଷକୁ ୬ କୋଟି ଟଙ୍କା ଆୟ କରୁଛନ୍ତି।