![](https://www.dharitri.com/wp-content/uploads/2021/01/eaii.jpg)
ସମସ୍ତେ ମ୍ୟୁଜିୟମକୁ ଯାଇ ସେଠାରେ ବିଭିନ୍ନ ପ୍ରକାର ସାମଗ୍ରୀ ଦେଖନ୍ତି, କିନ୍ତୁ ଘର ପାଖକୁ ମ୍ୟୁଜିୟମ ଆସିବ କେବେ ଶୁଣିଛନ୍ତି କି। ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ଏହି ମ୍ୟୁଜିୟମର ନାମ ‘ମୁଜିୟମ ଅନ୍ ହ୍ବିଲ’ । ଏଭଳି ଏକ ବ୍ୟବସ୍ଥା କରିଛି ଛତ୍ରପତି ଶବାଜୀ ମହାରାଜା ବାସ୍ତୁ ସଂଗ୍ରହାଳୟ। ଏହି ମ୍ୟୁଜିୟମକୁ ମହାରାଷ୍ଟ୍ରର ବିଭିନ୍ନ ଗ୍ରାମୀଣ ଅଞ୍ଚଳକୁ ନିଆଯାଉଛି। ସେଠାରେ ପିଲାମାନେ ଦେଖିବାକୁ ସୁଯୋଗ ପାଇପାରୁଛନ୍ତି। ମ୍ୟୁଜିୟମରେ ବିଜ୍ଞାନ, ଇତିହାସ, ପୁରାତନ ଖେଳର ସାମଗ୍ରୀ ସବୁ ଦେଖିବାକୁ ମିଳୁଛି। ‘ମୁଜିୟମ ଅନ୍ ହ୍ବିଲ’ ୨୦୧୫ରେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୧୪ ଲକ୍ଷ ଲୋକଙ୍କ ପାଖରେ ଏହି ମ୍ୟୁଜିୟମ ପହଞ୍ଚିପାରିଛି । ଏହା କର୍ନାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ, ହରିୟାଣା ଓ ଦିଲ୍ଲୀରେ ୮୫,୩୫୯ କି.ମି. ଦୂୂରତା ଅତିକ୍ରମ କରିସାରିଛି। କୃତ୍ତିକା ମହାତ୍ରେ ଏହି ମ୍ୟୁଜିୟମର ସଞ୍ଚାଳନ କରୁଛନ୍ତି। ଏହା ବର୍ତ୍ତମାନ ସୁଦ୍ଧା ଦେଶରେ ୭୦୦ରୁ ଊର୍ଦ୍ଧ୍ୱ ସହରକୁ ଯାଇସାରିଲାଣି।