ଏଇ ଭାରତରେ

ବୟସ ଏକ ସଂଖ୍ୟା, ଏହା ପ୍ରମାଣିତ କରିଛନ୍ତି ମେରଟର ମଧୁ ପ୍ରକାଶ। ୬୦ ବର୍ଷ କହିଲେ ଜଣେ ଚାକିରିରୁ ଅବସର ନେଇ ଆରାମ କରନ୍ତି। କିନ୍ତୁ ଏହି ବୟସରେ ଏକ ବିଜ୍‌ନେସ ଆରମ୍ଭ କରି ସଫଳ ହେବା ସହ ୨୦-୭୦ ବର୍ଷ ବୟସ୍କା ୨୦ ଜଣ ମହିଳାଙ୍କୁ ରୋଜଗାର ଦେବାରେ ସେ ସକ୍ଷମ ହୋଇପାରିଛନ୍ତି। ମଧୁ ତାଙ୍କ ବିଜ୍‌ନେସର ନାମ ରଖିଛନ୍ତି ‘ଫୁଲ ଫଳ’। ୨୦୨୧ରେ ସେ ଏହାକୁ ଆରମ୍ଭ କରିଥିଲେ। ମଧୁ ବିଜନେସ ପରିବାର ସଦସ୍ୟ ହୋଇଥିବାରୁ ସେ ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଘରେ ମସଲା, ଆଚାର,ମୁଖବାସ ଆଦି ୪୦ରୁ ଅଧିକ ଉପତ୍ାଦ ପ୍ରସ୍ତୁତ କରି ତାହାକ୍‌ୁ ଦେଶର ବିଭିନ୍ନ ସ୍ଥାନରେ ‘ଫୁଲ ଫଳ’ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଏହି ବିଜ୍‌ନେସରେ ସାମିଲ ହୋଇଥିବା ମହିଳାମାନେ ମଧ୍ୟ ସେମାନଙ୍କ ଉପତ୍ାଦକୁ ‘ଫୁଲ ଫଳ’ ବ୍ରାଣ୍ଡ ମାଧ୍ୟମରେ ବିକ୍ରି କରୁଛନ୍ତି। ମଧୁଙ୍କୁ ଶ୍ରଦ୍ଧାରେ ବୁଆଜି ଡାକୁଛନ୍ତି। ମଧୁଙ୍କ ସ୍ବାମୀ କର୍କଟରେ ପୀଡ଼ିତ ହେଲେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।